ଓଡିଶା

odisha

By

Published : Sep 25, 2019, 6:03 PM IST

ETV Bharat / bharat

ପିତୃପକ୍ଷ-2019: ତ୍ରୟୋଦଶ ତିଥିରେ ଏହି 3ବେଦୀରେ ଦିଆଯାଏ ପିଣ୍ଡ

ଚାଲିଛି ପିତୃପକ୍ଷ । ପିତୃପକ୍ଷର ଆଜି ହେଉଛି ତ୍ରୟୋଦଶ ଦିବସ । ତ୍ରୟୋଦଶ ଦିବସରେ ଏଠାରେ ଥିବା 3ଟି ବେଦୀରେ ପିଣ୍ଡ ଦାନ କଲେ ପିତୃପୁରୁଷଙ୍କ ଆତ୍ମା ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ପଣ୍ଡିତ ମାନେ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ମୋକ୍ଷର ସହର ଗୟାରେ ଚାଲିଛି ପିତୃପକ୍ଷ । ପିତୃପକ୍ଷର ଆଜି ହେଉଛି ତ୍ରୟୋଦଶ ଦିବସ । ତ୍ରୟୋଦଶ ତିଥିରେ ତିନୋଟି ବେଦୀରେ ପିଣ୍ଡ ଅର୍ପଣ କରିବାର ପରମ୍ପରା ରହିଆସିଛି । ଏହି ପକ୍ଷର ତ୍ରୟୋଦଶ ତିଥିରେ ଭୀମ ଗୟା, ଗୌ ଗୟା ଏବଂ ଗଦାଲୋଲ ବେଦୀରେ ପିଣ୍ଡ ଦାନର ବିଧି ରହିଆସିଛି ।

ଭୀମ ଗୟା ବେଦୀ
ଦେଶବିଦେଶରୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ଏଠାରେ ବିଶ୍ବାସ ଓ ପରମ୍ପରା ଅନୁଯାୟୀ ପିଣ୍ଡ ଦାନ କରିଥାନ୍ତି । ତେବେ ପରମ୍ପରା ଅନୁଯାୟୀ ଶ୍ରଦ୍ଧାଳୁମାନେ ପ୍ରଥମେ ଫଲ୍ଗୁ ନଦୀରେ ସ୍ନାନ କରି ସାରିବା ପରେ ଭୀମ ଗୟାରେ ପିଣ୍ଡ ଦାନ କରିଥାନ୍ତି । ଭୀମ ଗୟା ଏଠାରେ ଥିବା ମଙ୍ଗଳା ଗୟା ମନ୍ଦିର ରାସ୍ତାରେ ହିଁ ପଡ଼ିଥାଏ । ଗାଧୋଇ ସାରିବା ପରେ ଶ୍ରଦ୍ଧାଳୁ ଏହି ବେଦୀକୁ ଯାଇ ପିଣ୍ଡ ଅର୍ପଣ କରିଥାନ୍ତି ।
କୁହାଯାଏ ଏଠାରେ ଭୀମ ବାମପଟ ଗୋଡ଼ ମାଡ଼ି ଶ୍ରାଦ୍ଧ ଦେଇଥିଲେ । ଆଜି ମଧ୍ୟ ତାଙ୍କର ପାଦ ଚିହ୍ନ ଏଠାରେ ଦେଖିବାକୁ ମିଳେ । ଏହି ବେଦୀରେ ପିଣ୍ଡ ଦାନ କଲେ ପିତୃପୁରୁଷ ମୋକ୍ଷଲାଭ କରିଥାନ୍ତି ବୋଲି ପୌରାଣିକ ତଥ୍ୟରୁ ଜଣାପଡ଼େ ।

ଗୌ ପ୍ରଚାର ବେଦୀ
ସେହିଭଳି ଗୌ ପ୍ରଚାର ବେଦୀରେ ମଧ୍ୟ ଆଜିର ଦିନରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିଥାନ୍ତି । କୁହାଯାଏ ଗୌ ପ୍ରଚାର ବେଦୀରେ ବ୍ରହ୍ମା ଯଜ୍ଞ କରିଥିଲେ । ଏହି ଯଜ୍ଞ ସମୟରେ ଗାଈମାନଙ୍କୁ ସେ ଯେଉଁ ପର୍ବତ ଉପରେ ରଖିଥିଲେ, ତାକୁ ଗୋଚର ବେଦୀ କୁହାଯାଉଥିଲା । ଏହି ଗୋଚର ବେଦୀରେ ଆଜି ମଧ୍ୟ ଗାଈମାନଙ୍କ ପାଦ ଚିହ୍ନ ଦେଖିବାକୁ ମିଳେ । ଏହା ସହିତ ବ୍ରହ୍ମା ପଣ୍ଡା ସମ୍ପ୍ରଦାୟର ଲୋକମାନଙ୍କୁ 50 ହଜାରରୁ ଊର୍ଦ୍ଧ୍ବ ଗାଈଙ୍କୁ ଦାନ ଦେଇଥିଲେ ।
ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆତ୍ମା ବିଷ୍ଣୁଲୋକ ଗମନ କରେ । ଏହା ସହିତ ଶ୍ରଦ୍ଧାଳୁମାନେ ବ୍ରାହ୍ମଣଙ୍କୁ ଭୋଜନ କରାଇଲେ ତାହା କୋଟିଏ ବ୍ରାହ୍ମଣଙ୍କ ଭୋଜନ ସହ ସମାନ ବୋଲି ବିଶ୍ବାସ ରହିଛି ।

ଗଦାଲୋଲ ବେଦୀ
ଗଦାଲୋଲ ବେଦୀର ଅର୍ଥ ଅନେକ ରହିଛି । ପୁରାଣ ଅନୁଯାୟୀ ଗଦା ନାମକ ଜଣେ ଅସୁର ଜଣେ ତପସ୍ବୀ ଏବଂ ଦନବୀର ଥିଲା । ଦେବ କାର୍ଯ୍ୟ ପାଇଁ ବ୍ରହ୍ମା ତାଙ୍କୁ ତାଙ୍କର ଅସ୍ଥି ମାଗିଥିଲେ । ଏଥିରେ ଟିକିଏ ବି ସଂକୋଚ ନ କରି ତାଙ୍କର ଅସ୍ଥି ମଧ୍ୟ ଦାନ କରିଦେଇଥିଲେ । ସେହି ଅସ୍ଥିରେ ବିଶ୍ବକର୍ମା ଗଦା ନିର୍ମାଣ କରି ସ୍ବର୍ଗରେ ରଖିଦେଥିଲେ ।

ପରେ ସ୍ବର୍ଗଲୋକରେ ଦ୍ବୈତ୍ୟ ହାତୀନାମରେ ଜଣେ ଅସୁର ରାଜୁତି କରୁଥିଲା । ଏପରିକି ଦେବତାଙ୍କ ସହିତ ଯୁଦ୍ଧ କରି ସେମନଙ୍କର ରାଜ୍ୟ ମଧ୍ୟ ଛଡ଼ାଇ ନେଇଥିଲା । ଏଥିରେ ଦେବତାମାନେ ଭଗବାନ ବିଷ୍ଣୁଙ୍କ ନିକଟରେ ଶରଣ ପଶିଥିଲେ । ଆଉ ତାକୁ ମାରିବା ପାଇଁ କିଛି ସ୍ବତନ୍ତ୍ର ଯୁଦ୍ଧାସ୍ତ୍ର ମାଗିଥିଲେ, ଯେଉଁଥିଲେ ଦ୍ବୈତ୍ୟ ହାତୀକୁ ମାରିହେବ । ତେବେ ଦେବତାଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ବିଷ୍ଣୁ ଉକ୍ତ ଗଦାକୁ ଦେଇ ଦେଇଥିଲେ ।

ପରେ ଉକ୍ତ ଗଦା ମାଧ୍ୟମରେ ଦେବତାମାନେ ଦ୍ବୈତ୍ୟ ରାକ୍ଷସକୁ ହତ୍ୟା କରିଦେଇଥିଲେ । ହତ୍ୟା କରିବା ପରେ ଉକ୍ତ ଗଦାକୁ ଧରାଧାମରେ ଥିବା ଏକ ପୋଖରୀରେ ଧୋଇଥିଲେ, ଯେଉଁ ପୋଖରୀ ଏହି ଗୟାଠାରେ ରହିଥିଲା । ଲୋଲର ଅର୍ଥ ପୋଖରି । ଫଳରେ ଏହି ଗଦା ଏଠାରେ ଧୋଇବା ପରେ ଏହି ସ୍ଥାନ ଗଦାଲୋଲ ଭାବେ ପରିଚିତ ହୋଇଥିଲେ । ଏହି ଗଦାଲୋଲ ବେଦୀରେ ପିଣ୍ଡଦାନ କରିବା ପରେ ପିତୃପୁରୁଷଙ୍କ ଆତ୍ମା ମୋକ୍ଷପ୍ରାପ୍ତି ଲାଭ କରିଥାଏ ବୋଲି ଏଠାକାର ପଣ୍ଡିତମାନେ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details