ପାଟନା: ମୋକ୍ଷର ସହର ଗୟାରେ ଚାଲିଥିବା ପିତୃପକ୍ଷର ଆଜି ଅନ୍ତିମ ପର୍ଯାୟରେ ପହଞ୍ଚିଛି । ଆଜି ହେଉଛି ପିତୃପକ୍ଷର ଚତୁର୍ଦ୍ଦଶ ଦିବସ । ପକ୍ଷରୁ ସବୁ ଦିନ ଭଳି ଏହି ଦିନର ମଧ୍ୟ ରହିଛି ଏକ ସ୍ବତନ୍ତ୍ର ମହତ୍ତ୍ବ ଓ ପରମ୍ପରା ରହି ଆସିଛି । ଏହି ଦିନ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ଉଦ୍ଦେଶ୍ୟରେ ଦିପାବଳୀ ପାଳନ କରିଥାନ୍ତି । ଏହି ଦିନ ସନ୍ଧ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିଥାନ୍ତି । ଏହା ସହିତ ଶ୍ରଦ୍ଧାଳୁମାନେ ବ୍ରାହ୍ମଣମାନଙ୍କୁ ଖିରି ଖୁଆଇ ସନ୍ତୁଷ୍ଟ କରିଥାନ୍ତି ।
ପିତୃପକ୍ଷ-2019: ଚତୁର୍ଦ୍ଦଶ ଦିନରେ ବ୍ରାହ୍ମଣଙ୍କୁ ଶ୍ରଦ୍ଧାଳୁ ଦିଅନ୍ତି ଖିରି ଭୋଜି, ପାଳନ୍ତି ଦୀପାବଳି - ଚତୁର୍ଦ୍ଦଶ ଦିନରେ ବ୍ରାହ୍ମଣଙ୍କୁ ଶ୍ରଦ୍ଧାଳୁ ଦିଅନ୍ତି ଖିରି ଭୋଜି
ଚାଲିଛି ପିତୃପକ୍ଷ । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏହି ପିତୃପକ୍ଷ । ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଚତୁର୍ଦ୍ଦଶ ଦିବସରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ବ୍ରାହ୍ମଣମାନଙ୍କୁ ଖିରି ଭୋଜି ପ୍ରଦାନ କରିବା ସହିତ ଦୀପାବଳି ପାଳନ କରିଥାନ୍ତି । ଏହି ଦିନରେ ବ୍ରାହ୍ମଣମାନଙ୍କୁ ଖିରି ଭୋଜି ଦେଲେ ଶ୍ରଦ୍ଧାଳୁମାନେ ଜ୍ଞାନୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।
ପରମ୍ପରା ଅନୁଯାୟୀ ଆଶ୍ବିନମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ଯମରାଜ ନିଜ ଲୋକର ଦ୍ବାର ଖୋଲି ଦେଇଥାନ୍ତି । ଏହା ସହିତ ସେଠାରେ ବିଚରଣ କରୁଥିବା ସମସ୍ତ ଆତ୍ମାମାନଙ୍କୁ ସେଠାରୁ ପୃଥିବୀ ଲୋକକୁ ପଠାଇଥାନ୍ତି । ଫଳରେ ସେଠାରେ ବିଚରଣ କରୁଥିବା ସମସ୍ତ ଆତ୍ମାପ୍ରେତାତ୍ମା ପୃଥିବୀଲୋକକୁ ଆସିଥାନ୍ତି । ତେବେ ଯମଲୋକରେ ଉପାସରେ ରହିଥିବା ହେତୁ ଉକ୍ତ ଆତ୍ମାମାନେ ମନଦୁଃଖରେ ରହିଥିବା ପୁରାଣରୁ ଜଣାପଡ଼ିଛି ।
ଏହି ସମୟରେ ବ୍ରାହ୍ମଣମାନଙ୍କୁ ଖିରି ଦେବା ଦ୍ବାରା ପ୍ରେତାତ୍ମାମାନେ ଶାନ୍ତି ଲାଭ କରିଥାନ୍ତି ଏବଂ ପୁନର୍ବାର ଯମଲୋକକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବୋଲି ପୁରାଣରେ ବର୍ଣ୍ଣିତ ଥିବା ଶ୍ରଦ୍ଧାଳୁମାନେ କହିଛନ୍ତି । ସେହିଭଳି ଆଜିର ଦିନରେ ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ଦୀପଦାନ କରିଥାନ୍ତି । ଦୀପ ଦାନ କରି ଶ୍ରଦ୍ଧାଳୁମାନେ ଦୀପାବଳି ପାଳନ କରିଥାନ୍ତି । ଦୀପର ଆଲୋକ ବା ପ୍ରକାଶ ବୁଝାଯାଇଥାଏ । ପ୍ରକାଶର ଅର୍ଥ ଜ୍ଞାନ ହୋଇଥାଏ । ଏହି ଦିନ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କଲେ ଜ୍ଞାନୀ ହେବା ସହିତ ପିତୃପୁରୁଷଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ବୋଲି ପଣ୍ଡିତମାନେ କହିଛନ୍ତି ।