ଓଡିଶା

odisha

By

Published : Sep 24, 2019, 3:25 PM IST

ETV Bharat / bharat

ପିତୃପକ୍ଷ-2019: ଜାଣନ୍ତୁ ଦ୍ବାଦଶ ଦିବସର ମହତ୍ତ୍ବ

ଚାଲିଛି ପିତୃପକ୍ଷ । ଏଥିପାଇଁ ଗୟାରେ ପିଣ୍ଡଦାନ କରିବାକୁ ଦେଶବିଦେଶରୁ ଶତାଧିକ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି । ତେବେ ଗୟାରେ ଏହି ପକ୍ଷର 15ଦିନ ସହିତ ଅନେକ ପୌରାଣିତ କଥାବସ୍ତୁ ଜଡ଼ିତ ହୋଇ ରହିଛି । ଆଜି ହେଉଛି ଦ୍ବାଦଶ ଦିନ । ଏହି ଦିନ ସହିତ ମଧ୍ୟ ଅନେକ ପୌରାଣିକ କଥାବସ୍ତୁ ଜଡ଼ିତ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ମୋକ୍ଷର ସହର ଗୟାରେ ଚାଲିଛି ପିତୃପକ୍ଷ । ପିତୃପକ୍ଷର ଆଜି ହେଉଛି ଦ୍ବାଦଶ ଦିନ । ଏହି ପକ୍ଷର ପ୍ରତ୍ୟେକ ଦିନ କିଛି ନା କିଛି ମହତ୍ତ୍ବ ବହନ କରିଥାଏ । ତେବେ ଆଜି ଦ୍ବାଦଶ ଦିବସରେ ମଧ୍ୟ ଅନେକ ବିଶ୍ବାସ ଜଡ଼ିତ ରହିଛି । କୁହାଯାଏ ଏହି ଦିନ ପିଣ୍ଡଦାନ କଲେ ବ୍ରହ୍ମାଲୋକ ଗମନ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ବିଶ୍ବାସ ରହିଛି ଯେ, ଆଜିର ଦିନରେ ଗୟାରେ ଥିବା ମୁଣ୍ଡପୃଷ୍ଠା ତୀର୍ଥରେ ପିଣ୍ଡଦାନ କରାଯିବାର ପ୍ରଥା ରହିଆସିଛି। ଏହି ପକ୍ଷର ଏକାଦଶ ଦିବସରେ ଫଲ୍ଗୁ ନଦୀରେ ପିଣ୍ଡଦାନ କରାଯାଏ। ଏହା ପରେ ଏହି ତୀର୍ଥସ୍ଥାନରେ ପିଣ୍ଡ ଦିଆ ଯାଇଥାଏ ।
ସେପଟେ ଗୟା ବେଦୀରେ ମଧ୍ୟ ଆଜିର ଦିନରେ ପିଣ୍ଡଦାନ କରାଯାଇଥାଏ । ଏହି ସ୍ଥାନରେ ପିଣ୍ଡଦାନ କରାଯିବା ସହିତ ଚାନ୍ଦିର ବସ୍ତୁଦାନ କରାଯିବାର ପ୍ରଥା ରହିଆସିଛି। ଦ୍ବାଦଶ ଦିବସରେ ଏହି ଦୁଇଟି ସ୍ଥାନରେ ପିଣ୍ଡଦାନ କରିବା ଦ୍ବାରା ପିତୃପୁରୁଷ ମୋକ୍ଷ ଲାଭ କରିଥାନ୍ତି ବୋଲି ବିଶ୍ବାସ ରହିଆସିଛି।

ଏହା ସହିତ ଦ୍ବାଦଶ ଦିବସରେ ପ୍ରଥମେ ଫଲ୍ଗୁ ନଦୀରେ ପିଣ୍ଡ ଦିଆଯାଏ। ପରେ ଏହି ମୁଣ୍ଡପୃଷ୍ଠା ତୀର୍ଥରେ ପିଣ୍ଡ ଦିଆଯାଇଥାଏ । ଏହାସହିତ ଆଜିର ଦିନରେ କରସଲ୍ଲୀ ପର୍ବତରେ ଥିବା ତିନୋଟି ପିଣ୍ଡରେ ମଧ୍ୟ ପିଣ୍ଡଦାନ କରାଯାଇଥାଏ । ଏହାକୁ ନାଭିତୀର୍ଥ କୁହାଯାଇଥାଏ । ଏଠାରେ ବିରଜା ଦେବୀଙ୍କ ଉପସ୍ଥିତି ମଧ୍ୟ ରହିଥିବା ବିଶ୍ବାସ ରହିଆସିଛି । ଏହାକୁ ବିରଜାକ୍ଷେତ୍ର ମଧ୍ୟ କୁହାଯାଇଥାଏ ।

ସୂଚନାଯୋଗ୍ୟ ମୁସଲିମ ଶାସକ ଔରଙ୍ଗଜେବ ଭାରତ ଆକ୍ରମଣ ସମୟରେ ଏହି ବିରଜା ଦେବୀଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଥିଲେ । ଆଜି ମଧ୍ୟ ସେଠାରେ ସେହି ଭଙ୍ଗା ମୂର୍ତ୍ତି ରହିଥିବା ଦେଖିବାକୁ ମିଳିଥାଏ।

ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ ଗୟସୁର ଉପରେ ଯେତେବେଳେ ଧର୍ମଶିଳା ପର୍ବତ ରଖାଯାଇଥିଲା, ସେତେବେଳେ ତାକୁ ସ୍ଥିର କରିବା ପାଇଁ ଭଗବାନ ଗଦାଧର ତାହାର ମୁଣ୍ଡ ଉପରେ ବସି ପଡ଼ିଥିଲେ । ଫଳରେ ଏହାକୁ ଆଦି ଗୟା(ପ୍ରଥମ ଗୟା) ନାମରେ ପରିଚିତ ହୋଇ ଆସୁଛି । ଏହି ଆଦି ଗୟାରେ ଭଗବାନ ଗଦାଧର ଦେବଙ୍କ ସ୍ତୁତି ଗାନ କରୁଥିବାର ଦେଖିବାକୁ ମିଳିଥାଏ ।

ABOUT THE AUTHOR

...view details