ଓଡିଶା

odisha

ETV Bharat / bharat

ଲକଡାଉନରେ ପିଲାମାନଙ୍କ ପାଇଁ ଜାଣି ରଖନ୍ତୁ ସୁରକ୍ଷା ଟିପ୍ସ - ଅନଲାଇନ ପିଲାଙ୍କୁ ରଖନ୍ତୁ ସୁରକ୍ଷିତ

ଲକଡାଉନ ସମୟରେ ଘରେ ବସି ବସି ବୋର ହେଉଛନ୍ତି ପିଲାମାନେ । କିଏ ଇଣ୍ଟରନେଟରେ ଗେମ ଖେଳୁଛି ତ କିଏ ୟୁଟ୍ୟୁବରେ ଭିଡିଓ ଦେଖୁଛି । ତେବେ ଅଭିଭାବକମାନେ ଏନେଇ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର ।

tips for kids in lockdown, online safety tips, keep children safe online, online safety, ଲକଡାଉନରେ ପିଲାମାନଙ୍କ ପାଇଁ ଟିପ୍ସ, ଅନଲାଇନ ସେଫ୍ଟି ଟିପ୍ସ, ଅନଲାଇନ ପିଲାଙ୍କୁ ରଖନ୍ତୁ ସୁରକ୍ଷିତ, ଅନଲାଇନ ସୁରକ୍ଷା
ଲକଡାଉନରେ ପିଲାମାନଙ୍କ ପାଇଁ ଜାଣି ରଖନ୍ତୁ ସୁରକ୍ଷା ଟିପ୍ସ

By

Published : Apr 25, 2020, 6:30 AM IST

ହାଇଦ୍ରାବାଦ: ଲକଡାଉନ ସମୟରେ ଘରେ ବସି ବସି ବୋର ହେଉଛନ୍ତି ପିଲାମାନେ । କିଏ ଇଣ୍ଟରନେଟରେ ଗେମ ଖେଳୁଛି ତ କିଏ ୟୁଟ୍ୟୁବରେ ଭିଡିଓ ଦେଖୁଛି । ଏମିତିରେ କେତେ ଜଣ ଅନଲାଇନ ଚାଟିଂ ଜରିଆରେ ସାଙ୍ଗ ସାଥୀଙ୍କ ସହ ଯୋଡି ହେବାକୁ ଚେଷ୍ଟା କରୁଛନ୍ତି । ତେବେ ଅଭିଭାବକମାନେ ଏନେଇ କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର । ଯେପରି ପିଲାମାନେ ସୁରକ୍ଷିତ ଭାବେ ଇଣ୍ଟରନେଟ ଆକ୍ସେସସ କରିପାରିବେ ।

ତେବେ ଜାଣି ରଖନ୍ତୁ ଲକଡାଉନ ସମୟରେ ପିଲାମାନଙ୍କ ପାଇଁ କିଛି ଜରୁରୀ ଟିପ୍ସ :

- ପିଲାମାନଙ୍କୁ ଅନଲାଇନ ସେଫ୍ଟି ଓ ସିକ୍ୟୁରିଟି ଉପରେ ଭଳ ଭାବେ ଅବଗତ କରାନ୍ତୁ । ଅନଲାଇନ ପ୍ଲାଟଫର୍ମରେ କ’ଣ କରଣୀୟ କ’ଣ ନୁହେଁ ତାହା ମଧ୍ୟ ବୁଝାନ୍ତୁ ।

- ପିଲାମାନଙ୍କୁ ଶିଖାଇବା ସହ ଉତ୍ସାହିତ କରିବା ପାଇଁ ତାଙ୍କ ସହ ସମୟ ବିତାନ୍ତୁ । ସେମାନେ ଅନଲାଇନ କେଉଁଥିରେ ଅଧିକ ସମୟ ବିତାଉଛନ୍ତି ସେଥିରେ ଆପଣ ମଧ୍ୟ ସହଭାଗୀ ହୁଅନ୍ତୁ । ଏନେଇ ଆପଣ ପିଲାମାନଙ୍କ ସହିତ ଅନଲାଇନ ଗେମ ମଧ୍ୟ ଖେଳି ପାରିବେ ।

- ଆବଶ୍ୟକସ୍ଥଳେ ପ୍ୟାରେଣ୍ଟାଲ କଣ୍ଟ୍ରୋଲର ବ୍ୟବହାର କରନ୍ତୁ । ଏହାଦ୍ବାରା ପିଲାମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ସାଇଟ, ଆପ୍‌ ଓ ଫଙ୍କସନ ପ୍ରତି ଆପଣ ବ୍ଲକ କରିପାରିବେ ।

- ପିଲାମାନଙ୍କୁ ଏକା ବ୍ରାଉଜ କରିବାକୁ ଦିଅନ୍ତୁ ନାହିଁ । ସେମାନଙ୍କ ମନରେ ଇଣ୍ଟରନେଟ ଆକ୍ସେସକୁ ନେଇ ସାମାନ୍ୟ ଡର ରହିବା ଆବଶ୍ୟକ ।

- ଅନଲାଇନ ପ୍ଲାଟଫର୍ମରେ କୌଣସି ବ୍ୟକ୍ତିଗତ ତଥ୍ୟ କିପରି ପିଲାମାନେ ଶେୟାର ନକରିବେ ତାହା ସେମାନଙ୍କୁ ଶିଖାନ୍ତୁ ।

- ବିଭିନ୍ନ ସୋସିଆଲ ମିଡିଆରେ ପ୍ରାଇଭେସି ସେଟିଂ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାନ୍ତୁ ।

- ଅଜଣା ବ୍ୟକ୍ତିଙ୍କର ରିକ୍ବେଷ୍ଟ ଗ୍ରହଣ ନକରିବା ପାଇଁ ପିଲାମାନଙ୍କୁ ବୁଝାନ୍ତୁ ।

- ଇଣ୍ଟରନେଟ ବ୍ୟବହାର ପାଇଁ ପିଲାମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସେଟ କରନ୍ତୁ ।

- କୌଣସି ଅଜଣା ଲିଙ୍କ ବା ପପ୍‌-ଅପ୍‌ ଆଡ ଉପରେ ପିଲାମାନଙ୍କୁ କ୍ଲିକ କରିବାକୁ ମନା କରନ୍ତୁ । ଏଥିସହିତ ପିଲାମାନଙ୍କୁ ସାଇବର କ୍ରାଇମ ଉପରେ ମଧ୍ୟ ଅବଗତ କରାନ୍ତୁ ।

ABOUT THE AUTHOR

...view details