ହାଇଦ୍ରାବାଦ: ଆଯ୍ମା ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । କାରଣ ଏହା ଏକ ନିଃଶ୍ୱାସ ପ୍ରଶ୍ୱାସ ସମସ୍ୟା ଯେଉଁଥିରେ ରୋଗୀର ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏଭଳି ପରିସ୍ଥିତିରେ ଏହାର ନିୟମିତ ଔଷଧ ରୋଗୀକୁ ଆରାମ ଦେବା ପାଇଁ କାମ କରିଥାଏ । କିନ୍ତୁ ଆଯ୍ମା ରୋଗରେ ଆପଣ କେବଳ ଔଷଧ ଦ୍ବାରା ନୁହେଁ, କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ନିଜକୁ ସୁସ୍ଥ ରଖିପାରିବେ।
ଖାଦ୍ୟରେ ଆଣନ୍ତୁ ପରିବର୍ତ୍ତନ
ଯେଉଁମାନେ ଗମ୍ଭୀର ଆଯ୍ମା ରୋଗୀ ସେମାନଙ୍କ ପାଇଁ କୌଣସି ଅଲଗା ଖାଦ୍ୟ ନାହିଁ । ଅଧିକ ମୋଟା ହେବା କାରଣରୁ ଭୟଙ୍କର ଶ୍ୱାସରୋଗ ସମସ୍ୟା ହୋଇପାରେ । ଆପଣଙ୍କ ଖାଦ୍ୟକୁ ସୁସ୍ଥ ଏବଂ ସନ୍ତୁଳିତ ରଖିବା ପାଇଁ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ଜରୁରୀ । ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଫଳ ଏବଂ ପନିପରିବାରେ ବିଟା-କୈରୋଟିନ, ଭିଟାମିନ ସି ଏବଂ ଇ ଆପଣଙ୍କ ପାଇଁ ଯଥେଷ୍ଟ ଭଲ ହୋଇଥାଏମ। ଯାହା ଆପଣଙ୍କ ବାୟୁପଥରେ ଥିବା ପ୍ରଦାହକୁ ହ୍ରାସ କରିବାରେ ବହୁତ ସହାୟକ ହୋଇପାରେ ।
ରସୁଣ ଖାଆନ୍ତୁ
ରସୁଣ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ପରିପୂର୍ଣ୍ଣ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ରସୁଣ ଆପଣଙ୍କୁ ଶ୍ୱାସରୋଗରୁ ମୁକ୍ତି ଦେବାରେ ବହୁତ ପ୍ରଭାବଶାଳୀ ହୋଇପାରିବ ।