ଗୟା: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ ପିଣ୍ଡଦାନ କାର୍ଯ୍ୟକ୍ରମ । ଏହି ପିଣ୍ଡଦାନ କାର୍ଯ୍ୟକ୍ରମ ପାଖାପାଖି 17 ଦିନ ଧିର ଚାଲିବ । ଆଜି ଠାରୁ ପବିତ୍ର ପୂର୍ଣ୍ଣିମା ତିଥିରୁ ଗୟାର ଫାଲ୍ଗୁନୀ ନଦୀ କୂଳରେ ହିଁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ନିଜ ପୂର୍ବପୁରୁଷଙ୍କ ଆତ୍ମାର ସଦଗତି ଓ ଶାନ୍ତି କାମନା କରି ଶ୍ରଦ୍ଧାଳୁମାନେ ଏଠାରେ ପିଣ୍ଡଦାନ କରିଥାନ୍ତି । ତେବେ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ପୂର୍ଣ୍ଣିମା ତିଥିରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଆଜି ଦିନରେ ହିଁ ପିଣ୍ଡଦାନ ଦିଆଯାଇଥାଏ ବୋଲି ପୂଜକମାନେ କହିଥାନ୍ତି ।
ତିଥି ଅନୁଯାୟୀ ଏହା ଭାଦ୍ରବ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଆଶ୍ବିନ ମାସର ଅମାବାସ୍ୟା ପର୍ଯ୍ୟନ୍ତ ଏହାକୁ ପାଳନ କରାଯାଇଥାଏ ।ଏହି ସମୟକୁ ପିତୃପକ୍ଷ ମଧ୍ୟ ବିବେଚିତ କରାଯାଇଥାଏ ।
ପିତୃପକ୍ଷ ପିଣ୍ଡଦାନର ପୂଜା ବିଧି
- ପିଣ୍ଡଦାନ ବା ଶ୍ରାଦ୍ଧରେ ତେଲ, ଚାଉଳ, ଯ' ଆଦିର ମହତ୍ତ୍ବ ଅଧିକ ରହିଥାଏ । ଫଳରେ ଏହି ସବୁ ସାମଗ୍ରୀକୁ ଅଗ୍ରାଧିକାର ଭାବେ ଶ୍ରାଦ୍ଧରେ ସାମିଲ କରାଯାଇଥାଏ ।
- ଶ୍ରାଦ୍ଧ ପଡ଼ି ସାରିବା ପରେ ପୂର୍ବପୁରୁଷଙ୍କୁ ଭୋଗ ଦାନ ପରେ ବ୍ରାହ୍ମଣଙ୍କୁ ଖାଇବାକି ଦିଆଯାଇଥାଏ ।
- ଏହା ପରେ ପିତୃପୁରୁଷଙ୍କୁ ତେଲ ଏବଂ ସେମାନଙ୍କ ପସନ୍ଦର ଜିନିଷକୁ ସେମାନଙ୍କୁ ଅର୍ପଣ କରାଯାଇଥାଏ । ଶ୍ରାଦ୍ଧ ସମୟରେ ବ୍ୟବହାର ସାମଗ୍ରୀକୁ ପିଣ୍ଡ ସ୍ବରୁପ ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥାଏ ।
- ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାର ଅଧିକାର କେବଳ ପୁଅ, ଭାଇ, ନାତିମାନଙ୍କର ହିଁ ଥାଏ ।
- ତେବେ ଶ୍ରାଦ୍ଧର ସମସ୍ତ କାର୍ଯ୍ୟ ସରିବା ପରେ ହିଁ କାଉମାନଙ୍କୁ ଖାଦ୍ୟ ଦିଆଯାଇଥାଏ । କାରଣ କାଉ ମାନଙ୍କୁ ପିତୃପୁରୁଷଙ୍କ ରୁପ ଭାବେ ଗ୍ରହଣ କରାଯାଇଥାଏ ।
- ଗଓ୍ବାଲ ପଣ୍ଡା ସମାଜର ଗଜାଧର ଲାଲ ପଣ୍ଡାଙ୍କ କହିବା ଅନୁଯାୟୀ, ପିଣ୍ଡଦେବା ସ୍ଥାନର କୌଣସି ନିର୍ଦ୍ଦିଷ୍ଟ ନଥାଏ । ଏହି ସମୟରେ ଶତାଧିକ ତୀର୍ଥଯାତ୍ରୀ ମାନେ ଏଠାକୁ ଶ୍ରାଦ୍ଧ ଦେବାକୁ ଆସିଥାନ୍ତି । ଫଳରେ ଯେକୌଣସି ଏକ ସ୍ଥାନରେ ପିତୃପୁରୁଷଙ୍କୁ ପିଣ୍ଡ ଦିଆଯାଇଥାଏ । ଏହି ପିଣ୍ଡଦାନ କାର୍ଯ୍ୟରେ ପୁରା ଦିନ ବିତିଯାଇଥାଏ ।
ଏହି ପିତୃପକ୍ଷ ପିଣ୍ଡଦାନ କାର୍ଯ୍ୟ ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଶ୍ବିନ ମାସ କୃଷ୍ଣପକ୍ଷରେ ଏହି ପିଣ୍ଡଦାନ କାର୍ଯ୍ୟ ହୋଇଥାଏ । ବିଶେଷ କରି ସ୍ଥାନୀୟ ବିଷ୍ଣୁନଗରୀ ଅଞ୍ଚଳରେ ଏହି ପିଣ୍ଡଦାନ ପାଇଁ ଏଠାରେ ବହୁଳ ପରିମାଣରେ ଭିଡ଼ ଜମିଥାଏ । କେବଳ ଦେଶ ମଧ୍ୟରୁ ନୁହେଁ, ଦେଶ ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାରେ ପିଣ୍ଡଦାନ ପାଇଁ ଭିଡ଼ ଜମାଇଥାନ୍ତି ବୋଲି ସେ କହିଛନ୍ତି ।
ତେବେ ଏହାର ବିଧିବିଧାନ ମଧ୍ୟ କିଛି ଭିନ୍ନ ରହିଥାଏ । ଏଠାରେ ଶ୍ରଦ୍ଧାଳୁମାନେ ସେମାନଙ୍କର ପିଣ୍ଡଦାନ ପାଇଁ ଦିନେ, 3ଦିନ, 7 ଦିନ, 15 ଦିନ ଓ 17 ଦିନ ପର୍ଯ୍ୟନ୍ତ କର୍ମକାଣ୍ଡ କରିଥାନ୍ତି । ତେବେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ କର୍ମକାଣ୍ଡ କରିବା ପାଇଁ 3 ରୁ 4 ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି ।