ଓଡିଶା

odisha

ଜାଣନ୍ତୁ କେଉଁ ଦେଶରେ କେମିତି ପାଳନ ହୁଏ ପ୍ରେମ ସପ୍ତାହ

By

Published : Feb 9, 2020, 5:16 PM IST

ଆରମ୍ଭ ହୋଇଯାଇଛି ପ୍ରେମ ଦିବସ। ସାତ ଦିନ ବ୍ୟାପି ଚାଲୁଥିବା ଏହି ଭାଲେଣ୍ଟାଇନ ୱିକ୍ ପ୍ରେମୀ ଯୁଗଳଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ। ପ୍ରେମର ପ୍ରତୀକ ଗୋଲାପରୁ ଆରମ୍ଭ ହୋଇଥାଏ ଏହି ସପ୍ତାହ। ତେବେ ଭାଲେନଣ୍ଟାଇନ ଡେ ପ୍ରତିବର୍ଷ ଫେବୃୟାରୀ ମାସ 14 ତାରିଖରେ ସେଲିବ୍ରେଟ କରାଯାଏ। ଅଧିକ ଖବର ପଢନ୍ତୁ...

Valentine's Day
ଜାଣନ୍ତୁ କେଉଁ ଦେଶରେ କେମିତି ପାଳନ ହୁଏ ପ୍ରେମ ସପ୍ତାହ

ପ୍ରଥମେ ରୋଜ ଡେ, ତାପରେ ପ୍ରପୋଜ ଡେ,ଚକୋଲେଟ ଡେ, ପ୍ରମିସ ଡେ, ଟେଡି ଡେ, ହଗ ଡେ ଓ କିସ ଡେ ପରେ 14 ରେ ଆସିଥାଏ ଭାଲେଣ୍ଟାଇନ ଡେ। ବିଭିନ୍ନ ସ୍ଥାନରେ କପଲ ମାନେ ଏହାକୁ ଭିନ୍ନ ଭିନ୍ନ ରୂପରେ ପାଳନ କରିଥାନ୍ତି। ତେବେ ଦେଶର କେଉଁ ସ୍ଥାନରେ କିପରି ମନାଯାଏ ଏହି ପ୍ରେମ ସପ୍ତାହ ଆସନ୍ତୁ ଜାଣିବା...

ଜାଣନ୍ତୁ କେଉଁ ଦେଶରେ କେମିତି ପାଳନ ହୁଏ ପ୍ରେମ ସପ୍ତାହ

ଇଟାଲୀ

ଇଟାଲୀରେ ଭାଲେଣ୍ଟାଇନ ଡେ ସ୍ରିଙ୍ଗ ଫେସଟିଭାଲ ଭାବରେ ପାଳନ କରାଯାଏ। ଏହି ଦିନରେ ଯୁବକମାନେ ବଗିଚାରେ ଏକତ୍ରିତ ହେବା ସହ ମ୍ୟୁଜିକକୁ ଉପଭୋଗ କରିଥାନ୍ତି। ଏଥିରେ କୁହାଯାଏ କି କୁମାରୀ ଝିଅ ସକାଳୁ ଉଠିବା ପରେ ଯେଉଁ ପୁରୁଷ ତାଙ୍କୁ ପ୍ରଥମେ ଦେଖେ ସମ୍ଭବତଃ ସେ ତାର ସ୍ବାମୀ ହୋଇଥାଏ।

ଜାଣନ୍ତୁ କେଉଁ ଦେଶରେ କେମିତି ପାଳନ ହୁଏ ପ୍ରେମ ସପ୍ତାହ

ଡେନମାର୍କ

ଡେନମାର୍କରେ ଭାଲେଣ୍ଟାଇନ ଡେ 1990 ମସିହାରୁ ସେଲିବ୍ରେଟ କରାଯାଉଛି। ଏଠାରେ ପୁରୁଷମାନେ ମହିଳାଙ୍କୁ ନାଁ ଲୁଚାଇ କାର୍ଡ ପଠାଇଥାନ୍ତି ଓ ମହିଳାଙ୍କୁ ସେହି ନାଁକୁ ଅନ୍ଦାଜ ଲଗାଇବାକୁ ହୋଇଥାଏ। ଯେଉଁ ମହିଳା ଉକ୍ତ ପୁରୁଷ ବନ୍ଧୁର ନାଁ କହିଦେଇଥାଏ ତାକୁ ଇଷ୍ଟର ଏଗ୍ ଦିଆଯାଏ।

ବ୍ରାଜିଲ

ବ୍ରାଜିଲରେ ଭାଲେଣ୍ଟାଇନ ଡେ ଫୁଲ, ଚକୋଲେଟ, କାର୍ଡ ଓ ଗିଫ୍ଟ ଦିଆନିଆରେ କରାଯାଏ। ଏଠାରେ ଭାଲେଣ୍ଟାଇନ ଡେ ଜୁନ 12ରେ ପାଳନ କରାଯାଏ। ତେବେ ଏଠାରେ ଭାଲେଣ୍ଟାଇନ ଡେ କୁ ସେଣ୍ଟ ଆନ୍ଥୋନିଙ୍କ ଦିନ ଭାବେ ମାନିଥାନ୍ତି।

ଫ୍ରାନ୍ସ

ବିଶ୍ବର ସବୁଠାରୁ ରୋମାଣ୍ଟିକ ପ୍ଲେସ ହେଉଛି ଫ୍ରାନ୍ସ। ଭାଲେଣ୍ଟାଇନ ଡେରେ ଏଠାରେ କିଛି ଭିନ୍ନ ପ୍ରଥା ଓ ପରମ୍ପରା ରହିଛି। ଯୁବକ ଓ ଯୁବତୀଙ୍କୁ ନେଇ ଏକ କପଲ ବନାଯାଏ। ଯେଉଁଥିରେ ପୁଅଟି ଝିଅଟିକୁ ପସନ୍ଦ ନକଲେ ସେ ଅନ୍ୟ ଝିଅକୁ ପସନ୍ଦ କରିପାରିବ। ଏହାସହ ଝିଅଟି କୌଣସି ପୁଅକୁ ପସନ୍ଦ ନକଲେ ସେ ତାର ଫଟୋ ଜାଳିଦେଇଥାଏ ।

ଜାଣନ୍ତୁ କେଉଁ ଦେଶରେ କେମିତି ପାଳନ ହୁଏ ପ୍ରେମ ସପ୍ତାହ

ଜାପାନ

ଜାପାନରେ ଭାଲେଣ୍ଟାଇନ ଡେ ରେ ଧନ୍ୟବାଦ ଅର୍ପଣ କରାଯାଏ। ଏହି ଦିନ ସମସ୍ତେ ସମସ୍ତଙ୍କ ପ୍ରିୟର ଲୋକଙ୍କୁ ତାଙ୍କ ଜୀବନରେ ଆସିଥିବାରୁ ଧନ୍ୟବାଦ ଦେଇଥାନ୍ତି। ଏହାସହ ମହିଳା ମାନେ ତାଙ୍କ ସ୍ବାମୀ, ପୁଅ, ଝିଅ, ବାପା ଓ ଭାଇଙ୍କୁ ଚକୋଲେଟ ଦେଇ ଥ୍ୟାଙ୍କ୍ସ କୁହନ୍ତି।

ଫିଲିଫାଇନ୍ସ

ଏଠାରେ ଏହି ପ୍ରେମ ସପ୍ତାହକୁ ହଜାର ହଜାର ଲୋକ ନିଜର ବିବାହ ଉତ୍ସବ ପରି ପାଳନ କରିଥାନ୍ତି। ଏହିଦିନ ଏଠାକାର ଲୋକମାନ ବିଭିନ୍ନ ମଲ ଓ ସାଧାରଣ ସ୍ଥାନରେ ପହଞ୍ଚି ସମୂହ ବିବାହ କରିଥାନ୍ତି।

ଜାଣନ୍ତୁ କେଉଁ ଦେଶରେ କେମିତି ପାଳନ ହୁଏ ପ୍ରେମ ସପ୍ତାହ

ଇଂଲଣ୍ଡ

ଭାଲେଣ୍ଟାଇନ ଡେ ରେ ଇଂଲଣ୍ଡର ମହିଳାମାନେ ତକିଆ ତଳେ ତେଜପତ୍ର ରଖିଥାନ୍ତି। କୁହାଯାଏ ଏପରି କରିବା ଦ୍ବାରା ତାଙ୍କର ଭାବିସ୍ବାମୀ ସ୍ବପ୍ନରେ ଆସିଥାନ୍ତି।

ୱାଲେସ

ଏଠାରେ ଭାଲେଣ୍ଟାଇନ ଡେ ଜାନୁୟାରୀ 25ରେ ପାଳନ କରାଯାଏ। ଏଥିରେ ପ୍ରେମୀଯୁଗଳ ମାନେ ପରସ୍ପରକୁ କାଠର ଚାମଚ ଉପହାର ସ୍ବରୂପ ଦେଇଥାନ୍ତି। ଯାହାକୁ ଲଭ ସ୍ପୁନ କୁହାଯାଏ। ତେବେ ଚାମଚର ଡିଜାଇନ ଭିତରେ କିଛି କାହାଣୀ ଲୁଚି ରହିଥାଏ।

ABOUT THE AUTHOR

...view details