ନୂଆଦିଲ୍ଲୀ: ଟେକ ଜଏଣ୍ଟ ଫେସବୁକ ତାର ୟୁଜର୍ସ ମାନଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଆଣିଥାଏ । କିଛି ଦିନ ପୂର୍ବେ ଫେସବୁକ ମେସେଞ୍ଜର ରୁମ ଫିଚର ଆଣିଥିଲା । ଏହି ବିଶେଷ ଫିଚର ମାଧ୍ୟମରେ, 50 ଜଣଙ୍କ ସହିତ ଏକ ଗ୍ରୁପ ଭିଡିଓ କଲ କରାଯାଇପାରିବ । ପରେ କମ୍ପାନୀ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ ୟୁଜର୍ସ ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ କରିଛି । କିନ୍ତୁ ଖୁବ କମ ଲୋକ ଜାଣନ୍ତି କିପରି ହ୍ବାଟସଆପ୍ ରୁମ ତିଆରି କରି ଏହାକୁ ବ୍ୟବହାର କରାଯିବ । ଜାଣନ୍ତୁ ଏହାର ବ୍ୟବହାର କରିବାର ପ୍ରକ୍ରିୟା ।
ହ୍ବାଟସଆପ ମେସେଞ୍ଜର ରୁମରେ ୟୁଜର୍ସ ମାନଙ୍କ ପାଇଁ ସର୍ବଶେଷ ସଂସ୍କରଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ ଫେସବୁକ ମେସେଞ୍ଜରର ଏକ ଅପଡେଟ ଭର୍ସନ ମଧ୍ୟ ରହିବା ଉଚିତ ।
50 ଜଣଙ୍କ ସହିତ କିପରି କରିବେ ଏକ ଭିଡିଓ କଲ ?
1. ପ୍ରଥମେ ହ୍ବାଟସଆପ ଖୋଲନ୍ତୁ ଏବଂ କଲ ଅପ୍ସନ ସିଲେକ୍ଟ କରନ୍ତୁ
2. ଏହା ପରେ, ଏକ ରୁମ ତିଆରି ପାଇଁ ଅପ୍ସନରେ କ୍ଲିକ କରନ୍ତୁ
3. ବର୍ତ୍ତମାନ ଆପଣ କଣ୍ଟେନ ଇନ ମେସେଞ୍ଜର ଅପ୍ସନକୁ ଯିବା ମାତ୍ରେ ଏହା ଆପଣଙ୍କୁ ମେସେଞ୍ଜର ଆପକୁ ନେଇଯିବ
4 . ଏବେ ଟ୍ରାଏ ଇଟ, ହ୍ବେନ ପ୍ରମୋଟେଡ ଉପରେ କ୍ଲିକ କରନ୍ତୁ