ଓଡିଶା

odisha

ETV Bharat / bharat

ଉଚ୍ଚ ରକ୍ତଚାପ ଥିଲେ ଡାଏଟରେ ଆପଣାନ୍ତୁ ଏହି ଖାଦ୍ୟ... - fitness

ଭାରତରେ ଉଚ୍ଚ ରକ୍ତଚାପ ଏକ ମୁଖ୍ୟ ସମସ୍ୟା । ଗତବର୍ଷ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ପ୍ରତି 5 ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଏହା ଏକ ସାଙ୍ଘାତିକ ସମସ୍ୟା ହୋଇଥିବା ବେଳେ ଦୈନନ୍ଦିନ ଜୀବନଶୈଳୀକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ ।

ଫାଇଲ ଫଟୋ

By

Published : Apr 16, 2019, 7:15 PM IST

ତେବେ ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହେଉଛି ଖାଦ୍ୟପେୟରେ ଅନିୟମିତତା ଓ ମାନସିକ ଚିନ୍ତା । ଏଥିପାଇଁ ଆପଣଙ୍କୁ ଡାଏଟରେ କିଛି ମାତ୍ରାରେ ପରିବର୍ତ୍ତନ କରିବାକୁ ପଡିବ ।
ତେବେ ଆସନ୍ତୁ ଜାଣିବା ସେହିସବୁ ଖାଦ୍ୟ ବିଷୟରେ...

ଦଲିଆ

ଦଲିଆରେ ପ୍ରଚୁର ମାତ୍ରାରେ ଫାଇବର, ଭିଟାମିନ ଓ ମିନେରାଲ ରହିଥାଏ । ଏହାକୁ ଖାଇବା ଦ୍ବାରା ଶରୀରର ଓଜନ ହ୍ରାସ ପାଇଥାଏ । କାରଣ ଅତ୍ୟଧିକ ଓଜନ ହିଁ ରକ୍ତଚାପର ମୁଖ୍ୟ କାରଣ । ପ୍ରତ୍ୟେକ ଦିନ ସକାଳ ଜଳଖିଆରେ ଦଲିଆ ଖାଇବା ଜରୁରୀ ।

ବିଟ

ବିଟ ଖାଇବା ଦ୍ବାରା ରକ୍ତଚାପ ସନ୍ତୁଳିତ ଅବସ୍ଥାରେ ରହିଥାଏ । ଏଥିପାଇଁ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ ବିଟ ରସ ପିଅନ୍ତୁ ଓ ସୁସ୍ଥ ରୁହନ୍ତୁ ।


ସବୁଜ ପନିପରିବା

ସବୁଜ ପନିପରିବା ଖାଇବା ଦ୍ବାରା ଶରୀରରେ ସୋଡିୟମ ଅଭାବ ପୂରଣ ହୋଇଥାଏ । କିନ୍ତୁ ଅତ୍ୟଧିକ ସୋଡିୟମ ହାଇପର ଟେନସନର ମୁଖ୍ୟ କାରଣ । ଏଥିପାଇଁ ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ପରିମାଣର ସବୁଜ ପନିପରିବା ଖାଇବା ଜରୁରୀ ।

ଡାଳିମ୍ବ

ଡାଳିମ୍ବରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ, ଭିଟାମିନ, ମିନେରାଲ ଓ ଫାଇବର ରହିଛି । ଏହା ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ । ଏହାସହ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ଟମାଟୋ

ଟମାଟୋରେ ପ୍ରଚୁର ପରିମାଣରେ ସୋଡିୟମ ରହିଥାଏ । ଏଥିପାଇଁ ଟମାଟୋ ଦ୍ବାରା ପ୍ରସ୍ତୁତ କେଚଅପ, ଜୁସ ପିଇବା ଜରୁରୀ । କିନ୍ତୁ ହାଇପରଟେନସନ ବ୍ୟକ୍ତି ଟମାଟୋ ଜୁସ ପିଇବା ଅନୁଚିତ୍ ।

For All Latest Updates

ABOUT THE AUTHOR

...view details