ଡେରାଡୁନ: ନନ୍ଦାଦେବୀ ନ୍ୟାସନାଲ ପାର୍କକୁ ଉତ୍ପତି ହୋଇଥିବା ଋଷିଗଙ୍ଗାର ଉପର ମୁଣ୍ଡରେ ହିମସ୍ଖଳନ ଯୋଗୁଁ ଦେବଭୂମିରେ ଜଳ ପ୍ରଳୟ । ଘଟଣାରେ ପାଖାପାଖି 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନେକ ଏବେ ବି ନିଖୋଜ ରହିଛନ୍ତି । ହିମସ୍ଖଳନ ଯୋଗୁଁ ଋଷି ଗଙ୍ଗା ଓ ଧୌଳି ଗଙ୍ଗା ସଙ୍ଗମ ସ୍ଥଳରେ ଅବସ୍ଥିତ ଋଷିଗଙ୍ଗା ସ୍ଥିତ ରୈଣୀ ଗାଁ ନିକଟରେ ଥିବା ଋଷି ଗଙ୍ଗା ଜଳବିଦ୍ୟୁତ ପ୍ରୋଜେକ୍ଟରେ ହୋଇଛି ବ୍ୟାପକ କ୍ଷୟକ୍ଷତି ।
ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ ବିଦ୍ୟୁତ ଉତ୍ପାଦନ ପାଇଁ ଚାଲିଥିବା ଏକ ବେସରକାରୀ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟକୁ ନେଇ ଅନେକ ଦିନରୁ ଚାଲିଆସିଥିଲା ବିବାଦ । ହେଲେ ଏଠାରେ ଆରମ୍ଭ ହୋଇଯାଇଥିଲା ବିଦ୍ୟୁତ ଉତ୍ପାଦନ । ଏଠାରେ ପାଣିରୁ ବିଦ୍ୟୁତ ଉତ୍ପାଦନ କାମ ଚାଲିଥିଲା । ଏହି ପ୍ରୋଜେକ୍ଟ ଋଷିଗଙ୍ଗା ନଦୀ ଉପରେ ନିର୍ମାଣାଧିନ ରହିଥିଲା ଓ ଏହି ନଦୀ ଗଙ୍ଗାରେ ମିଶେ ।