ଓଡିଶା

odisha

ETV Bharat / bharat

ଧ୍ୱଂସର ଅନ୍ୟନାମ ମିରାଜ 2000 ଜେଟ - Indian air force

ଡାସଲ୍ଟ ମିରାଜ ୨୦୦୦ ହେଉଛି ଏକ ଫ୍ରେଞ୍ଚ ଲଢୁଆ ବିମାନ। ଏହାର ସିଙ୍ଗଲ ଇଞ୍ଜିନ ରହିଛି। ଏହା ଏକ ମଲଟିରୋଲ ବିମାନ ଯାହାକୁ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ନିର୍ମାଣ କରିଛି। 1980 ମସିହାରେ ଫ୍ରାନ୍ସ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ବିମାନ ଭାରତ କ୍ରୟ କରିଥିଲା।

ଫାଇଲ ଫଟୋ

By

Published : Feb 27, 2019, 3:30 PM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନେଇଛି ପ୍ରତିଶୋଧ । ପାକିସ୍ତାନକୁ ତାହାରି ଭାଷାରେ ଜବାବ ଦେଇଛି । ଭାରତୀୟ ବାୟୁସେନାର ୧୨ଟି ମିରାଜ-୨୦୦୦ ବିମାନ ପାକିସ୍ତାନରେ ପଶି ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି ।

ରିପୋର୍ଟ ଅନୁସାରେ ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି । ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି । ତେବେ ଏହି ଆକ୍ରମଣରେ ପ୍ରମୁଖ ଭୂମିକା ନେଇଥିବା ମିରାଜ 2000 ଜେଟ ବିଷୟରେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଡାସଲ୍ଟ ମିରାଜ ୨୦୦୦ ହେଉଛି ଏକ ଫ୍ରେଞ୍ଚ ଲଢୁଆ ବିମାନ । ଏହାର ସିଙ୍ଗଲ ଇଞ୍ଜିନ ରହିଛି । ଏହା ଏକ ମଲଟିରୋଲ ବିମାନ ଯାହାକୁ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ନିର୍ମାଣ କରିଛି । 1980 ମସିହାରେ ଫ୍ରାନ୍ସ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ବିମାନ ଭାରତ କ୍ରୟ କରିଥିଲା । ଏଥିରେ 150ଟି କିଣିବା ପାଇଁ ଭାରତ ପ୍ରସ୍ତାବ ରଖିଥିଲା । କିନ୍ତୁ ଶେଷରେ 40ଟି କ୍ରୟ କରିବା ନେଇ ଚୁକ୍ତି ହୋଇଥିଲା ।

ପରେ ଭାରତ 1986 ମସିହାରେ ଆଉ 9ଟି ମିରାଜ ବିମାନ କ୍ରୟ କରିଥିଲା । ତେବେ 1999 କାର୍ଗିଲ ଯୁଦ୍ଧରେ ଏହି ବିମାନର ସେବାରେ ଭାରତ ଏତେ ସନ୍ତୁଷ୍ଟ ହୋଇଥିଲା ଯେ ଏହିଭଳି ଆଉ 126ଟି ବିମାନ କିଣିବା ପାଇଁ ଅର୍ଡର କରିଥିଲା । କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପାଣି ପିଆଇ ଦେଇଥିଲା ମିରାଜ ବିମାନ । ଶେଷରେ ଜୁଲାଇ 2011ରେ 2.2 ବିଲିୟନ ପାଉଣ୍ଡରେ ଭାରତ ଏହି ବିମାନ ପାଇଁ ଏକ ପ୍ୟାକେଜ ଘୋଷଣା କରିଥିଲା।

ପ୍ରଥମେ ଏହି ବିମାନର ନାମ ବ୍ରଜ ଦିଆଯାଇଥିଲା । ଏହା ବାୟୁସେନାର ପ୍ରାଇମେରୀ ଫାଇଟର ପ୍ଲେନ ଅଟେ । ଏହି ବିମାନ ଶତ୍ରୁଙ୍କ ଅଞ୍ଚଳରେ ଲେଜର ଗାଇଡେଡ ବୋମ ମାଧ୍ୟମରେ ମଧ୍ୟ ଆକ୍ରମଣ କରିବାକୁ ସକ୍ଷମ ଅଟେ । ଏବେ ଭାରତୀୟ ସେନା ପାଖରେ ୫୧ଟି ମିରାଜ ବିମାନ ରହିଛି । ପ୍ରଥମେ ଏହା ଲାଇଟୱେଟ ଫାଇଟର ଭାବେ ଡିଜାଇନ ହୋଇଥିଲା । ପରେ ଏହା ମଲଟିରୋଲ ଫାଇଟର ବିମାନ ଭାବେ ନିର୍ମିତ ହୋଇଥିଲା । ଏହା ଗୋଟିଏ ମିନିଟରେ ସର୍ବାଧିକ 60,000 ଫୁଟ ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଛି । ଏହାସହ ସମସ୍ତ ପ୍ରକାର ପାଗରେ ଏହା ଲଢେଇ କରିପାରିବ ।

ଏହି ବିମାନରେ 9ଟି ହାର୍ଡ ପଏଣ୍ଟ ଅଛି ଯେଉଁଥିରେ ୱିପନ ସିଷ୍ଟମ ପେଲୋଡ ରହିଛି । ଭାରତ ପାଖରେ ଏହି ଲଢୁଆ ବିମାନ ମିରାଜ ୨୦୦୦ ଭଳି ଅନେକ ଶକ୍ତିଶାଳୀ ଲଢୁଆ ବିମାନ ରହିଛି । ଏପରି ବିମାନ ସବୁ ଯୁଦ୍ଧ ମୈଦାନରେ ଓହ୍ଲାଇଲେ ଶତ୍ରୁପକ୍ଷର ଚିତ୍ର ହିଁ ବଦଳିଯିବ । ଭାରତ ଛଡା ଏହି ବିମାନ ଏବେ ଚୀନ, ଫ୍ରାନ୍ସ ଏବଂ ୟୁଏଇ ପାଖରେ ଅଛି ।

ABOUT THE AUTHOR

...view details