ଓଡିଶା

odisha

ETV Bharat / bharat

ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ସଂକ୍ରମଣରୁ ଦୂରରେ ରହିବାକୁ ଆପଣାନ୍ତୁ ଏହି ଟିପ୍ସ - କୋଭିଡ୍ 19

ସାରା ବିଶ୍ୱରେ କୋରୋନା ଜୀବାଣୁ ବିସ୍ତାର ହେତୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ରହିଛି। ରୋଗ ଅପେକ୍ଷା ଏହା ବିଷୟରେ ଅଧିକ ଗୁଜବ ଏବଂ ମିଥ୍ୟା ବ୍ୟାପିବା ହେଉଛି ଲୋକଙ୍କ ଭୟ ପଛରେ ମୁଖ୍ୟ କାରଣ। ହେଲେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ବାହାରକୁ ବାହାରିବାକୁ ପଡିବ। ତେବେ ଏହି ସମୟରେ କେଉଁ ପ୍ରକାର ପହକ୍ଷେପ ଗ୍ରହଣ କରିବା ଜରୁରୀ ଆସନ୍ତୁ ଏନେଇ ବିଶେଷଜ୍ଞଙ୍କ ମତ ଜାଣିବା।

coronavirus-symptoms
ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ସଂକ୍ରମଣରୁ ଦୂରରେ ରହିବାକୁ ଆପଣାନ୍ତୁ ଏହି ଟିପ୍ସ

By

Published : Apr 22, 2020, 12:50 PM IST

ସାରା ବିଶ୍ୱରେ କୋରୋନା ଜୀବାଣୁ ବିସ୍ତାର ହେତୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ରହିଛି। ରୋଗ ଅପେକ୍ଷା ଏହା ବିଷୟରେ ଅଧିକ ଗୁଜବ ଏବଂ ମିଥ୍ୟା ବ୍ୟାପିବା ହେଉଛି ଲୋକଙ୍କ ଭୟ ପଛରେ ମୁଖ୍ୟ କାରଣ। ହେଲେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ବାହାରକୁ ବାହାରିବାକୁ ପଡିବ। ତେବେ ଏହି ସମୟରେ କେଉଁ ପ୍ରକାର ପହକ୍ଷେପ ଗ୍ରହଣ କରିବା ଜରୁରୀ ଆସନ୍ତୁ ଏନେଇ ବିଶେଷଜ୍ଞଙ୍କ ମତ ଜାଣିବା।

ଅଧିକାଂଶ ଲୋକ, ଯେଉଁମାନେ ସାମାଜିକ ଦୂରତା ଅନୁସରଣ କରୁଛନ୍ତି, ସେମାନଙ୍କର କୌଣସି ଭୟ କରିବାର ଆବଶ୍ୟକତା ନାହିଁ। କିନ୍ତୁ, ହଁ ସାବୁନରେ ହାତ ଧୋଇ ବାହାରୁ ଘରକୁ ପ୍ରବେଶ କରନ୍ତୁ। ଛଅ ଫୁଟ ଦୂରରେ ଛିଡା ହୁଅନ୍ତୁ। ଯେପରି ଅନ୍ୟ ବ୍ୟକ୍ତିର ଛିଙ୍କ କିମ୍ବା କାଶ ବୁନ୍ଦା ଆପଣଙ୍କ ପାଖରେ ପହଞ୍ଚି ପାରିବ ନାହିଁ।

କାଶ ଓ ଛିଙ୍କର ଛୋଟ ବୁନ୍ଦା ଆମ ଚାରିପାଖରେ ପବନ ସହିତ ପ୍ରବାହିତ ହୁଏ ଏବଂ ଏକ ଦ୍ରୁତ ଗତିଶୀଳ ବସ୍ତୁକୁ ଧକ୍କା ଦିଏ। ତେଣୁ ବାହାରକୁ ଯିବାବେଳେ ଏପରି ଅନେକ ପରିସ୍ଥିତି ଆସିପାରେ। ତେବେ ଘରକୁ ଆସିବା ପରେ ଗାଧୋଇବା ସହ ନିଜ ପୋଷାକ ଧୋଇବାକୁ ଭୁଲନ୍ତୁ ନାହିଁ ।

ଯଦି ଆପଣ ସାମାଜିକ ଦୂରତା ଅନୁସରଣ କରୁଛନ୍ତି, ତେବେ ଜୀବାଣୁ ଶରୀରର କୌଣସି ସ୍ଥାନକୁ ଆସିପାରିବ ନାହିଁ। ଯଦି ସଂକ୍ରମିତ ଛିଙ୍କ କିମ୍ବା ଅଧିକ ବୁନ୍ଦା କାଶ ଆପଣଙ୍କ କେଶ କିମ୍ବା ଶରୀରର ଅନ୍ୟ ଅଂଶ ଉପରେ ପଡେ, ତେବେ ଜୀବାଣୁ ପ୍ରବେଶର ସମ୍ଭାବନା ଥାଏ। ହେଲେ ଏହି ଉପାୟରେ ଜୀବାଣୁ ବିସ୍ତାର ବହୁତ କମ ଅଟେ।

ଏହାସହ ସାବୁନ କିମ୍ବା ଡିଟରଜେଣ୍ଟରେ ହାତ ଧୋଇ ରଖନ୍ତୁ। ଯାହାଫଳରେ ପୋଷାକରେ ଥିବା ଭାଇରସ୍ ସାବୁନ୍ କିମ୍ବା ସର୍ଫ୍ ଦ୍ୱାରା ମରିଯିବ। ତେଣୁ ଚିନ୍ତା କରିବାର କିଛି ନାହିଁ। ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ। ପରିଷ୍କାର ଓ ପରିଚ୍ଛନ୍ନତା ଅବଲମ୍ବନ କରନ୍ତୁ।

ABOUT THE AUTHOR

...view details