ଓଡିଶା

odisha

ETV Bharat / bharat

ଏହି ରେଳଷ୍ଟେସନକୁ ପରିଚାଳନା କରନ୍ତି ଛୋଟପିଲା - children work in railway in hungery

ୟୁରୋପୀୟ ଦେଶ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଏକ ରେଳଷ୍ଟେସନ ରହିଛି। ଯାହାର ପରିଚାଳନା ଦାୟିତ୍ୱ ଛୋଟ ପିଲାଙ୍କୁ ଦିଆଯାଇଛି ।

ଫାଇଲ ଫଟୋ

By

Published : Sep 14, 2019, 3:27 PM IST

ନୂଆଦିଲ୍ଲୀ: ସାଧାରଣତଃ ରେଳବାଇର ଅନେକ ଅନେକ ବିଭାଗ ରହିଥାଏ । ଆଉ ଏଥିରେ ବହୁସଂଖ୍ୟକ ଲୋକ କାମ କରିଥାନ୍ତି। ତେବେ ବିଶ୍ବର ଏକ ଏପରି ଏକ ଦେଶ ରହିଛି, ଯେଉଁଠି ଏକ ରେଳଷ୍ଟେସନର ପରିଚାଳନା ଛୋଟପିଲାଙ୍କ ଦ୍ୱାରା କରାଯାଏ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ।

ୟୁରୋପୀୟ ଦେଶ ହଙ୍ଗେରୀ ଦେଶର ରାଜଧାନୀ ବୁଦାପେଷ୍ଟରେ ରହିଛି ଏପରି ଏକ ରେଳଷ୍ଟେସନ। ଯେଉଁଠି ଏହାର ପରିଚାଳନା ଦାୟିତ୍ୱରେ ଅଛନ୍ତି ଛୋଟପିଲା। ପୂର୍ବରୁ ହଙ୍ଗେରୀ କମ୍ୟୁନିଷ୍ଟ ଶାସିତ ସୋଭିଏତ୍ ସଂଘର ଏକ ସଦସ୍ୟ ରାଷ୍ଟ୍ର ଥିଲା।

ସେ ସମୟରୁ ଏଠାକାର ପିଲାଙ୍କୁ ସେମାନଙ୍କର ଦାୟିତ୍ବ ବୁଝାଇବା ପାଇଁ ରେଳବାଇର ପରିଚାଳନା କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା । ସେବେଠାରୁ ଛୋଟ ପିଲା ଟିକେଟ୍ କାର୍ଯ୍ୟାଳୟର ଠାରୁ ଆରମ୍ଭ କରି ସିଗନାଲ ଗାର୍ଡଙ୍କ କାମ ମଧ୍ୟ କରିଥାନ୍ତି।

ABOUT THE AUTHOR

...view details