ଓଡିଶା

odisha

ଜାଣନ୍ତୁ ଗାନ୍ଧୀ ପରିବାର ସହ ଜଡିତ 3ଟି ଟ୍ରଷ୍ଟର କାର୍ଯ୍ୟପ୍ରଣାଳୀ...

By

Published : Jul 8, 2020, 4:09 PM IST

ଗାନ୍ଧୀ ପରିବାର ସହ ଜଡିତ 3ଟି ଟ୍ରଷ୍ଟରେ ଆର୍ଥିକ ଘୋଟାଲାର ଯାଞ୍ଚ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏହାର ଯାଞ୍ଚ ପାଇଁ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟର ଯାଞ୍ଚ କରାଯିବ ।

ଗାନ୍ଧୀ ପରିବାର ସହ ଜଡିତ 3ଟି ଟ୍ରଷ୍ଟ
ଗାନ୍ଧୀ ପରିବାର ସହ ଜଡିତ 3ଟି ଟ୍ରଷ୍ଟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ 3ଟି ଟ୍ରଷ୍ଟରେ ଆର୍ଥିକ ଘୋଟାଲାର ଯାଞ୍ଚ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏହାର ଯାଞ୍ଚ ପାଇଁ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ରାଜୀବ ଗାନ୍ଧୀ ଫାଉଣ୍ଡେସନ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟର ଯାଞ୍ଚ କରାଯିବ ।

ରାଜୀବ ଗାନ୍ଧୀ ଫାଉଣ୍ଡେସନ କଣ-

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସୋନିଆ ଗାନ୍ଧୀ 21 ଜୁନ୍ 1991 ରେ ଏହାର ଆରମ୍ଭ କରିଥିଲେ। ଗାନ୍ଧୀ ପରିବାର ଏହି ଫାଉଣ୍ଡେସନ ମାଧ୍ୟମରେ ସ୍ବାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହିଳା ଓ ଶିଶୁ ବିକାଶ, ଦିବ୍ୟାଙ୍ଗ ସହଯୋଗ, ଶାରୀରିକ ଭିନ୍ନକ୍ଷମ, ପଞ୍ଚାୟତ ରାଜ, ପ୍ରାକୃତିକ ଉତ୍ସ ପରିଚାଳନା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଯୁଦ୍ଧରେ ପ୍ରଭାବିତ ପିଲାଙ୍କୁ ଶିକ୍ଷାଗତ ସହାୟତା, କେମ୍ବ୍ରିଜରେ ପଢିବା ପାଇଁ ଯୋଗ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଭଳି କାର୍ଯ୍ୟକ୍ରମଗୁଡିକ ଏହି ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ । ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂ, ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍, ମୋଣ୍ଟେକ୍ ସିଂ ଅହଲୁୱାଲିଆ, ସୁମନ ଦୁବେ, ରାହୁଲ ଗାନ୍ଧୀ, ଡ଼ଃ ଶେଖର ରାହା, ସଞ୍ଜୀବ ଗୋୟେଙ୍କା ଓ ପ୍ରିୟଙ୍କା ଗାନ୍ଧୀ ଫାଉଣ୍ଡେସନର ଟ୍ରଷ୍ଟି ଅଟନ୍ତି।

ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟର ଗଠନ-

ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ 2002 ମସିହାରେ ଗଠିତ ହୋଇଥିଲା । ଦେଶର ବଞ୍ଚିତ ସମାଜ, ଗରିବଙ୍କ ବିକାଶ ସମ୍ବଧିତ ଆବଶ୍ୟକତା ପୂରଣ କରିବା ଏହି ଟ୍ରଷ୍ଟର ଉଦ୍ଦେଶ୍ୟ । ଏହି ଟ୍ରଷ୍ଟ ବର୍ତ୍ତମାନ ରାଜୀବ ଗାନ୍ଧୀ ମହିଳା ବିକାଶ ପ୍ରକଳ୍ପ ଓ ଇନ୍ଦିରା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ପ୍ରକଳ୍ପ ଅଧୀନରେ ଉତ୍ତରପ୍ରଦେଶ ଓ ହରିୟାଣାର ଅତ୍ୟନ୍ତ ପଛୁଆ ଅଞ୍ଚଳରେ କାର୍ଯ୍ୟ କରୁଛି।

ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ-

1984 ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ 1985 ରେ ପ୍ରତିଷ୍ଠିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନର ଆଦର୍ଶ ପ୍ରଚାର କରିବା ସହିତ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା । ଏହା ମାଧ୍ୟମରେ କଂଗ୍ରେସ ଦଳ ନେହେରୁ-ଗାନ୍ଧୀଙ୍କ ଧାରଣା ଉପରେ ଗବେଷଣା କରିବା ଠାରୁ ଆରମ୍ଭ କରି ସମସ୍ତ ସାମାଜିକ କାର୍ଯ୍ୟ କରିଥାଏ।

1986 ମସିହା ପରଠାରୁ ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟକୁ ପ୍ରତିବର୍ଷ କୌଣସି ସମାଜସେବୀ କିମ୍ବା ସଂଗଠନକୁ ‘ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ପୁରସ୍କାର’ ପ୍ରଦାନ କରିଥାଏ। ଏହି ପୁରସ୍କାରରେ 25 ଲକ୍ଷ ଟଙ୍କା ନଗଦ ଅର୍ଥ, ଟ୍ରଫି ଓ ଏକ ପ୍ରସଂଶାପତ୍ର ଦିଆଯଏ । ଏପର୍ଯ୍ୟନ୍ତ ଏହା 30ଟି ଅନ୍ତରାଷ୍ଟ୍ରିୟ ବ୍ୟକ୍ତିବିଶେଷ ଓ ସଂଗଠନକୁ ସମ୍ମାନିତ କରିଛି ।

ABOUT THE AUTHOR

...view details