ଓଡିଶା

odisha

ETV Bharat / bharat

ଉତ୍ତରାୟନ ଉତ୍ସବ: ରଙ୍ଗବେରଙ୍ଗ ଗୁଡି଼ରେ ଝଲସୁଛି ରାଜକୋଟ ବଜାର - ରାଜକୋଟ ବଜାର

ଆସନ୍ତା 14 ତାରିଖରେ ଉତ୍ତରାୟନ ଉତ୍ସବ ପାଇଁ ଗୁଜୁରାଟର ରାଜକୋଟ ବଜାରରେ ବିଭିନ୍ନ ପ୍ରକାରର ଗୁଡି ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Kites sailed in Rajkot market for Uttarayan Festival
ଉତ୍ତରାୟନ ଉତ୍ସବ: ରଙ୍ଗବେରଙ୍ଗ ଗୁଡି଼ରେ ଝଲସୁଛି ରାଜକୋଟ ବଜାର

By

Published : Jan 11, 2021, 3:51 PM IST

ଗାନ୍ଧୀନଗର: ଆସନ୍ତା 14 ତାରିଖରେ ଗୁଜୁରାଟର ଅନ୍ତର୍ଜାତୀୟ ଗୁଡି ଉତ୍ସବ ପାଇଁ ସଜେଇ ହୋଇଛି ରାଜ୍ୟର ରାଜକୋଟ ବଜାର । ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ଗୁଡି଼ରେ ବଜାରର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଥିବ ଦେଖିବାକୁ ମିଳିଛି ।

ଚଳିତ ବର୍ଷ ବଜାରରେ ବିଭିନ୍ନ ପ୍ରକାରର ଗୁଡି଼ ମଧ୍ୟରେ କୋରୋନା ମହାମାରୀ ପ୍ରସଙ୍ଗ ଉପରେ ଆଧାରିତ ଗୁଡି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିନେତା, କ୍ରିକେଟରଙ୍କ ଫଟୋର ଗୁଡି ମଧ୍ୟ ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏହାସହିତ ପ୍ରାୟ 1500 ପ୍ରକାରର ଗୁଡି ଚଳିତ ବର୍ଷ ବଜାରରେ ବିକ୍ରି ହେଉଛି । ତେବେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଚିତ୍ର ଥିବା ଗୁଡି଼ର ଚାହିଦା ଅଧିକ ରହିଥିବା ବେଳେ କୋରୋନା ମହାମାରୀ ଥିମର ଗୁଡି ମଧ୍ୟ ଚାହିଦାରେ ରହିଛି ।

ଏହି ଗୁଡିରେ ବିଭିନ୍ନ ପ୍ରସଙ୍ଗରେ ଲେଖାଯାଇ ବିକ୍ରି କରାଯାଉଛି । ଯେପରିକି 'ମୋଦି ହୈ ତୋ ମୁମକିନ ହେ', 'ୱିଅର ଏ ମାସ୍କ ଟୁ ବିଟ କୋରନା ଭାଇରସ' ଆଦି ବାର୍ତ୍ତା ଓ ସାମ୍ପ୍ରଦାୟିକ ପ୍ରସଙ୍ଗ ଉପରେ ଲେଖାଯାଇ ବିକ୍ରି କରାଯାଉଛି । ଏହାସହିତ କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋଚିତ୍ର ଥିବା ଗୁଡି଼, ଆନିମେଟେଡ କ୍ୟାରେକ୍ଟର୍ସ, କାର୍ଟୁନ ଆଦିଙ୍କ ଫଟୋଚିତ୍ର ରହିଥିବା ଗୁଡ଼ି ବଜାରରେ ଉପଲବ୍ଧ ଥିବା ଦେଖିବାକୁ ମିଳୁଛି ।

ଉତ୍ସବ ପାଇଁ ବଜାରକୁ ଗୁଡ଼ି କିଣିବାକୁ ଆସୁଥିବା ଜଣେ ଗ୍ରାହକ କହିଛନ୍ତି ଯେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ସମସ୍ତେ ଘରେ ଥିବାରୁ ଚଳିତ ବର୍ଷ ଉତ୍ସବ ଅଧିକ ଆନ୍ଦନମୟ ହେବାକୁ ଯାଉଛି । ଏହାସହିତ ସରକାର ଉତ୍ସବ ପାଳିବାକୁ ଅନୁମତି ଦେଇଥିବାରୁ ସେ ଅଧିକ ଉତ୍ସାହିତ ଥିବା କହିଛନ୍ତି ।

ପ୍ରତିବର୍ଷ ଜାନୁଆୀ 14 ତାରିଖରେ ଗୁଜୁରାଟରେ ବହୁତ ଧୁମଧାମରେ ଉତ୍ତରାୟନ ଉତ୍ସବକୁ ପାଳନ କରାଯାଇଥାଏ । ସ୍ଥାନୀୟ ଅଞ୍ଚଳରେ ଏହି ଉତ୍ସବକୁ 'ଗୁଡ଼ି ଉତ୍ସବ' ମଧ୍ୟ କହିଥାନ୍ତି । ଏହି ଉତ୍ସବ ମାଧ୍ୟମରେ ପ୍ରଭୁ ସୂର୍ଯ୍ୟଙ୍କୁ ନୂଆ ବର୍ଷ ଭଲରେ କଟିବା ପାଇଁ ପ୍ରାର୍ଥନା କରାଯାଇଥାଏ । ଗୁଜୁରାଟର ଅନେକ ସହରରେ ଗୁଡି଼ ଉଡ଼ାଇବା ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇଥାଏ ।

@ANI

ABOUT THE AUTHOR

...view details