ଓଡିଶା

odisha

ETV Bharat / bharat

'ଓଁ' ଶଦ୍ଦକୁ ନେଇ ଟ୍ରୋଲର୍ସଙ୍କ ସମାଲୋଚନାର ଜବାବ ଦେଲେ କିରଣ ବେଦୀ - Kiran Bedi

'ଓଁ' ଶଦ୍ଦକୁ ନେଇ ଟ୍ରୋଲର୍ସଙ୍କ ସମାଲୋଚନାର ଜବାବ ଦେଇଛନ୍ତି ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ । 'ଓଁ' କଣ, ସେ ନେଇ ଏକ ଫଟୋ ପୋଷ୍ଟ କରିବା ସହ ଫଟୋଟି ଦେଖିବା ପରେ ଏଥିରେ ସହମତି ଓ ଅସହମତି ହେବା ଆପଣଙ୍କ ଇଚ୍ଛା ବୋଲି କହିଛନ୍ତି।

Kiran Bedi responds to the trollers
'ଓଁ' ଶଦ୍ଦକୁ ନେଇ ଟ୍ରୋଲର୍ସଙ୍କ ସମାଲୋଚନାର ଜବାବ ଦେଲେ କିରଣ ବେଦୀ

By

Published : Jan 5, 2020, 8:41 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନାସାର ଏକ ଫେକ୍‌ ଭିଡିଓ ସେୟାର କରି ଟ୍ରୋଲର୍ସଙ୍କ ଟାର୍ଗେଟର ଶିକାର ହୋଇଥିଲା ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ । ଯାହାର ଜବାବ ସେ ରବିବାର ଏକ ଫଟୋ ଟ୍ବିଟ୍‌ରରେ ପୋଷ୍ଟ କରି ଦେଇଛନ୍ତି । ଉକ୍ତ ଫଟୋରେ 'ଓଁ' କଣ ସେ ବିଷୟରେ ଉଲ୍ଲେଖ ରହିଛି । ଏଥିସହ ସେ ଲେଖିଛନ୍ତି ଯେ, ଫଟୋଟି ଦେଖିବା ପରେ ଏଥିରେ ସହମତି ଓ ଅସହମତି ହେବା ଆପଣଙ୍କ ଇଚ୍ଛା । ଏଥିରେ ଦୁଇଟି ବିକଳ୍ପ ରହିଛି । ଏହା ସହ ସେ ଲେଖିଛନ୍ତି #MorningNutrition।

ଫେକ୍‌ ଭିଡିଓ ସେୟାର କରି ଟ୍ରୋଲର୍ସଙ୍କ ଟାର୍ଗେଟର କିରଣ ବେଦୀ

ଶନିବାର କିରଣ ବେଦୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ, ନାସା ସୂର୍ଯ୍ୟଙ୍କ ସ୍ବରକୁ ରେକର୍ଡ କରିଛି । ଭିଡିଓରେ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ସ୍ବର 'ଓଁ'ର ଉଚ୍ଚାରଣ କରିଥାଏ । ଯାହାକୁ ସେୟାର କରି ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସିଥିଲେ ।

'ଓଁ' ଶଦ୍ଦକୁ ନେଇ ଟ୍ରୋଲର୍ସଙ୍କ ସମାଲୋଚନାର ଜବାବ ଦେଲେ କିରଣ ବେଦୀ

ପ୍ରକାଶ ଯେ, 25 ଜୁଲାଇ 2018ରେ ନାସା ନିଜ ୟୁଟୁବ ଚ୍ୟାନେଲରେ ସୂର୍ଯ୍ୟଙ୍କ ସହ ଜଡିତ ଏକ ଭିଡିଓ ସେୟାର କରିଥିଲେ । ଉକ୍ତ ଭିଡିଓର କ୍ୟାପଶନରେ 'ସାଉଣ୍ଡସ ଅଫ୍‌ ଦ ସନ' ରଖାଯାଇଥିଲା । ତେବେ ଭିଡିଓରେ ଥିବା ସ୍ବରରେ ଏକ ସ୍ବର ଶୁଣାଯାଉଥିଲା, କିନ୍ତୁ ତାହା 'ଓଁ' ଶଦ୍ଦର ନଥିଲା। ହେଲେ ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ ଏଡିଟ୍‌ କରାଯାଇ ସେଥିରେ 'ଓଁ' ଶଦ୍ଦର ଟ୍ରାକ୍‌ ପକାଯାଇଥିଲା।

ABOUT THE AUTHOR

...view details