ହାଇଦ୍ରାବାଦ: ପଶୁ ମାନଙ୍କ ଭିତରେ ଲଢେଇ ନୂଆ ନୁହେଁ । କିନ୍ତୁ ନିକଟରେ ଭାଇରାଲ ହୋଇଥିବା ଭିଡିଓରେ କିଙ୍ଗ କୋବ୍ରାସହ ମାଙ୍କଡର ଫାଇଟ ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିଷାକ୍ତ କିଙ୍ଗ କୋବ୍ରା ସହ 2 ମିନିଟ ପର୍ଯ୍ୟନ୍ତ ଲଢେଇ କରି ଶେଷରେ ବିଜୟୀ ହୋଇଛି ମାଙ୍କଡଟି ।
ଜିତିଲା ମାଙ୍କଡ, ହାରିଲା କିଙ୍ଗ-କୋବ୍ରା - kingcobra and monkey figh
କିଙ୍ଗ କୋବ୍ରା-ମାଙ୍ଗଡ ଫାଇଟ । ଶେଷରେ ହାର ମାନିଲା ବିଶାଳ କିଙ୍ଗକୋବ୍ରା । ଅଧିକ ପଢନ୍ତୁ...
କିଙ୍ଗ କୋବ୍ରା-ମାଙ୍ଗଡ ଫାଇଟ
ତେବେ ଏହି ଭିଡିଓକୁ ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦ । ସେ ଭିଡିଓ ସେୟାର କରିବା ସହ ସମାଜକୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏମାନେ ପଞ୍ଜୁରୀରୁ ମୁକ୍ତ, ଜଙ୍ଗଲ ହିଁ ଏମାନଙ୍କ ପାଇଁ ସଠିକ ସ୍ଥାନ ।
ପ୍ରକୃତରେ ଘଟଣାଟି ଏକ ଜଙ୍ଗଲରେ ଘଟିଛି । କୋବ୍ରାଟି ବୁଲୁଥିବା ବେଳେ ମାଙ୍କଡ ହଠାତ ସାମନାକୁ ଆସିଯାଇଥିଲା । କିନ୍ତୁ ଭୟ ନକରି ଲଢେଇ କରି ଶେଷରେ ସାପକୁ ହରାଇଥିଲା ମାଙ୍କଡ ।