ଓଡିଶା

odisha

ETV Bharat / bharat

ଯନ୍ତ୍ରଣାରେ ଜନନୀ, କାନ୍ଧରେ ବୋହି ନଦୀ ପାର କରାଇଲେ ସମ୍ପର୍କୀୟ - ବିପଦରେ ମାତୃତ୍ବ

ଥମୁନି ଜନନୀ ଯନ୍ତ୍ରଣା। ବର୍ତ୍ତମାନ ପୁଣି ଏକ ଅଭାବନୀୟ ଚିତ୍ର ସାମ୍ମନାକୁ ଆସିଛି ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବସାଇ ଲୋକେ ନଦୀ ପାର ହେଉଛନ୍ତି। ଏ ଦୃଶ୍ୟ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡେମ ଅଞ୍ଚଳର।

ଯନ୍ତ୍ରଣାରେ ଜନନୀ, କାନ୍ଧରେ ବୁହା ହୋଇ ନଦୀପାର ହେଲେ ଗର୍ଭବତୀ
ଯନ୍ତ୍ରଣାରେ ଜନନୀ, କାନ୍ଧରେ ବୁହା ହୋଇ ନଦୀପାର ହେଲେ ଗର୍ଭବତୀ

By

Published : Jul 25, 2020, 10:37 AM IST

Updated : Jul 25, 2020, 10:56 AM IST

ହାଇଦ୍ରାବାଦ: ଥମୁନି ଜନନୀ ଯନ୍ତ୍ରଣା। ବିପଦରେ ମାତୃତ୍ବ ଓ ଭବିଷ୍ୟତ। ଥରେ କି ଦୁଇ ଥର ନୁହେଁ ବାରମ୍ବାର ଏମିତି ବିକଳ ଚିତ୍ର ବିଭିନ୍ନ ସ୍ଥାନରୁ ଆସୁଛି। କେଉଁଠି ଷ୍ଟ୍ରେଚର ବୁହା ହେଲାଣି ତ ଆଉ କେଉଁଠି ଖଟିଆ ଭରସା।

ଗତ କିଛିଦିନ ହେବ ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ହଣ୍ଡାରେ ନଦୀ ପାର କରାଯାଇଥିଲା। ଏହାପରେ ସେ ଜଣେ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଏଥିରୁ ଅନୁମେୟ ଦେଶରେ କେତେ ସୁରକ୍ଷିତ ଅଛନ୍ତି ଗର୍ଭବତୀ ମହିଳା।

ଯନ୍ତ୍ରଣାରେ ଜନନୀ, କାନ୍ଧରେ ବୋହି ନଦୀ ପାର କରାଇଲେ ସମ୍ପର୍କୀୟ

ତେବେ ପୁର୍ନବାର ସେହିପରି ଏକ ଅଭାବନୀୟ ଚିତ୍ର ସାମ୍ମନାକୁ ଆସିଛି ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବସାଇ ଲୋକେ ନଦୀ ପାର ହେଉଛନ୍ତି। ଏ ଦୃଶ୍ୟ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡେମ ଅଞ୍ଚଳର। ଲଗାଣ ବର୍ଷା ହେତୁ ଅସ୍ଥାୟୀ ପୋଲ ଧୋଇଯିବା ସହ ଆଣ୍ଠୁଏ ପାଣି ଚାଲିବା ପରେ ଗୁଣ୍ଡାଲାର ଜଣେ 8 ମାସର ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ମେଡିକାଲକୁ ନିଆଯାଇଥିଲା।

ସୂଚନା ଥାଉକି, 8 ମାସର ଗର୍ଭବତୀ ଥିବା ନୁନାୱାଟ ମମତାଙ୍କୁ ଗୁଣ୍ଡାଲା ମଣ୍ଡଳରେ ଥିବା ଏକ ସରକାରୀ ଡାକ୍ତରଖାନା ଦେଖାଇବାକୁ ପଡିଥିଲା। ତାଙ୍କ ପରିବାର ସଦସ୍ୟ ତାଙ୍କୁ ବାଇକ ନେଇଥିଲେ, କିନ୍ତୁ ଅସ୍ଥାୟୀ ସେତୁ ଧୋଇ ହୋଇଯିବାରୁ ସେମାନେ ମଲାନ୍ନା ଭାଗୁ ହ୍ରଦ ପାର ହୋଇପାରିନଥିଲେ।

ବହୁ କଷ୍ଟରେ ପରିବାର ସଦସ୍ୟ ମହିଳାଙ୍କୁ କାନ୍ଧରେ ନେଇ ହ୍ରଦ ପାର ହୋଇଥିଲେ। ସେମାନେ ନିରାପଦରେ ତାଙ୍କୁ ଗୁଣ୍ଡାଲାର ଡାକ୍ତରଖାନାକୁ ନେଇଥିଲେ। ତାଙ୍କ ଅବସ୍ଥା ସୁରକ୍ଷିତ ଥିବା ମେଡିକାଲ କର୍ମଚାରୀ କହିଛନ୍ତି।

ପ୍ରତ୍ୟେକ ବର୍ଷ ବର୍ଷା ରତୁରେ ଏଠାକାର ଆଦିବାସୀମାନେ ଏମିତି ଦହଗଞ୍ଜ ହୋଇଥାନ୍ତି। 8 କିମି ଦୂରରେ ଥିବା ମଣ୍ଡଳ ମୁଖ୍ୟାଳୟରେ ଥିବା ସରକାରୀ ଡାକ୍ତରଖାନାକୁ ଯିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନର ନଜର ନାହିଁ। ବର୍ତ୍ତମାନର ବର୍ଷା ହେବା ଫଳରେ ମନୁଗୁରୁ, ନରସମ୍ପେଟା, ୱାରଙ୍ଗାଲ ଭଳି ସ୍ଥାନରେ ଯାତାୟତ ବାଧାପ୍ରାପ୍ତ।

Last Updated : Jul 25, 2020, 10:56 AM IST

ABOUT THE AUTHOR

...view details