ଓଡିଶା

odisha

ETV Bharat / bharat

ବିବାହ ଉତ୍ସବରୁ ଅପହରଣ ପରେ ଯୁବତୀଙ୍କୁ ଦୁର୍ଷ୍କମ

ପୁଣି ଲଜ୍ଜା । ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ଯୁବତୀଙ୍କୁ ସାତଜଣ ଯୁବକ ଅପହରଣ ପରେ ଦୁର୍ଷ୍କମ କରିବା ପରେ ଆତ୍ମହତ୍ୟା କରିଛନ୍ତି ପୀଡିତା ।

By

Published : Oct 7, 2020, 1:28 PM IST

Kidnapped the girl from the wedding house and raped her
ବିବାହ ଉତ୍ସବରୁ ଅପହରଣ ପରେ ଯୁବତୀଙ୍କୁ ଦୁର୍ଷ୍କମ

ରାୟପୁର: ଉତ୍ତରପ୍ରଦେଶର ହାଥରସ ପରେ ଏବେ ଛତିଶଗଡରେ ଲଜ୍ଜା। ଧାନୋରା ପୋଲିସ ଷ୍ଟେସନ ଅନ୍ତର୍ଗତ କାନାଗାଁଓ ଅଞ୍ଚଳରେ ଆଉ ଜଣେ ନିର୍ଭୟା ବଳି ପଡିଛି ।

ସୂଚନାନୂସାରେ, କାନାଗାଁଓର ଯୁବତୀ ଜଣଙ୍କ ଫୁଣ୍ଡେର ଗାଁରେ ଏକ ବିଭାଘର ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ 7ଜଣ ଯୁବକ ତାଙ୍କୁ ଜବରଦସ୍ତି ଅପହରଣ କରି ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଯୁବତୀଙ୍କୁ ଦୁର୍ଷ୍କମ କରି ରକ୍ତାକ୍ତ ଅବସ୍ଥାରେ ଛାଡି ଦେଇଥିଲେ । ଯୁବତୀଙ୍କୁ ଖୋଜାଖୋଜି କରିବା ପରେ ତାଙ୍କୁ ମୃତ୍ୟୁ ସହ ଲଢେଇ କରୁଥିବାର ପାଇଥିଲେ ଘର ଲୋକେ । ଘଟଣାର ଦୁଇଦିନ ପରେ ଯୁବତୀ ଜଣକ ଘରେ କେହି ନଥିବା ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ବିଷୟରେ କାହାକୁ ନଜଣେଇବାକୁ ପୀଡିତାଙ୍କ ପରିବାରକୁ ଧମକ ଦେଇଥିଲେ ଅଭିଯୁକ୍ତମାନେ ।

ଯୁବତୀଙ୍କ ବନ୍ଧୁ ଓ ଦାଦା ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏକ ଗଣମାଧ୍ୟମରେ କହିଛନ୍ତି । ଘଟଣାର ଦୁଇ ମାସ ପରେ ବି ଝିଅକୁ ନ୍ୟାୟ ନମିଳିବାରୁ ଝିଅର ବାପା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୀଡିତାଙ୍କ ପରିବାର ସରକାରଙ୍କୁ ନ୍ୟାୟ ଭିକ୍ଷା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ବୁଧୁବାର ଏହି ଘଟଣାରେ ପୋଲିସ ଅଧିକାରୀ ଅମିତ ପଟେଲ ପୀଡିତାଙ୍କ ପରିବାର ସହ କଥା ହୋଇ ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details