ଓଡିଶା

odisha

ETV Bharat / bharat

ହାତ ଛାଡି ପଦ୍ମ ଧରିଲେ ଖୁସବୁ, 10 ବର୍ଷ ଭିତରେ ତୃତୀୟ ରାଜନୈତିକ ଠିକଣା - ଅଭିନେତ୍ରୀ ଖୁସବୁ ସୁନ୍ଦର

ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତଥା କଂଗ୍ରେସର ମୁଖପାତ୍ର ରହିଥିବା ଖୁସବୁ ସୁନ୍ଦର ହାତ ଛାଡି ପଦ୍ମ ଧରିଛନ୍ତି । ଅଧିକ ପଢନ୍ତୁ...

ହାଥ ଛାଡି ପଦ୍ମ ଧରିଲେ ଖୁସବୁ, 10 ବର୍ଷ ଭିତରେ ତୃତୀୟ ରାଜନୈତିକ ଠିକଣା
ହାଥ ଛାଡି ପଦ୍ମ ଧରିଲେ ଖୁସବୁ, 10 ବର୍ଷ ଭିତରେ ତୃତୀୟ ରାଜନୈତିକ ଠିକଣା

By

Published : Oct 12, 2020, 4:35 PM IST

ଚେନ୍ନାଇ: ତାମିଲନାଡୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତଥା କଂଗ୍ରେସର ମୁଖପାତ୍ର ରହିଥିବା ଖୁସବୁ ସୁନ୍ଦର ହାଥ ଛାଡି ପଦ୍ମ ଧରିଛନ୍ତି ।

ସୋମବାର ଖୁସବୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଗୋଟିଏ ଦଶକର ରାଜନୈତିକ କ୍ୟାରିଅରରେ ଏହା ତାଙ୍କର ତୃତୀୟ ଠିକଣା । ଖୁସବୁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବରେ ପରିଚିତ । ସେ 200ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଅଭିନୟରେ ଅନେକ ସଫଳତା ହାସଲ କରିବା ପରେ 2010ରେ ଖୁସବୁ ରାଜନୀତିରେ ପାଦ ଥାପିଥିଲେ ।

ଖୁସବୁ ସର୍ବପ୍ରଥମେ ଡିଏମକେରେ ସାମିଲ ହୋଇଥିଲେ । ସେତେବେଳେ ଡିଏମକେର ଭାର ଏମ କରୁଣାନିଧିଙ୍କ କାନ୍ଧରେ ଥିଲା । ତେବେ କରୁଣାନିଧିଙ୍କ ନେତୃତ୍ବରେ ଖୁସବୁ ରାଜନୈତିକ କ୍ୟାରିଅରର ଆରମ୍ଭ କରିଥିଲେ । ଏହା ପରେ ସେ 2010ରେ କଂଗ୍ରେସରେ ସାମିଲ ହୋଇଥିଲେ ।

ବର୍ତ୍ତମାନ ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ନେଇ ଉତ୍ସାହ ବଢିଥିବା ବେଳେ ଖୁସବୁ ସୁନ୍ଦର ପକ୍ଷ ପରିବର୍ତ୍ତନ କରିଛନ୍ତି। ମେ 2021ରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଡିଏମକେ ଦୁଇ ଭାଗରେ ବିଭକ୍ତ ହୋଇଛି । ଅନ୍ୟପକ୍ଷେ ରହିଛି ଡିଏମକେ ଏବଂ କଂଗ୍ରେସ। ଏପରିସ୍ଥିତିରେ ନିଜ ସ୍ଥିତି ଜାହିର କରିବାକୁ ଯଥେଷ୍ଟ ସମ୍ଭାବନା ଖୋଜିବାରେ ଯଥାସମ୍ଭବ ପ୍ରୟାସ ଚଳାଇଛି ବିଜେପି । ତେବେ ଖୁସବୁ ସୁନ୍ଦର ଏହି ପ୍ରୟାସକୁ ଆଗକୁ ନେବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅର୍ଜନ କରିପାରନ୍ତି ।

ABOUT THE AUTHOR

...view details