ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ଏମଏଲସି ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ଦଳ ଉପରେ କ୍ଷୁବ୍ଧ ଖଡସେ - Khadse angry

ଦଳ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ଏକନାଥ ଖଡସେ । ଆସନ୍ତା ମେ 21ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ଦଳ ତାଙ୍କ ନାମାଙ୍କନ ଦାଖଲ ଉପରେ ବିଚାର କରିନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

Khadse angry at not getting chance in Maharashtra MLC election
ମହାରାଷ୍ଟ୍ର ଏମଏଲସି ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ଦଳ ଉପରେ କ୍ଷୁବ୍ଧ ଖଡସେ

By

Published : May 12, 2020, 9:38 PM IST

ମୁମ୍ବାଇ: ଦଳ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପିର ବରିଷ୍ଠ ନେତା ଏକନାଥ ଖଡସେ । ଆସନ୍ତା ମେ 21ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ଦଳ ତାଙ୍କ ନାମାଙ୍କନ ଦାଖଲ ଉପରେ ବିଚାର କରିନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାକୁ ସେ କିଛି ନେତାଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ଏବଂ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁର୍ନୀତି ଅଭିଯୋଗ କାରଣରୁ ଏକନାଥ ଖଡସେଙ୍କୁ ତତ୍କାଳୀନ ଦେବେନ୍ଦ୍ର ଫଡନାଭିସ୍ ସରକାରରୁ ଇସ୍ତଫା ଦେବାକୁ ପଡିଥିଲା । ସେବେଠାରୁ ବିଜେପି ତାଙ୍କ ଠାରୁ ଦୂରତା ବଜାୟ ରଖିଛି ।

ସେହିପରି ଅକ୍ଟୋବର 2019 ନିର୍ବାଚନରେ ମହାରାଷ୍ଟ୍ର ବିଧାନସଭା ପାଇଁ ​​ଦଳ ତାଙ୍କ ନିଜ ଜିଲ୍ଲା ଜଲଗାଓଁର ମୁଖିଆନଗରରୁ ଟିକେଟ ଦେବାକୁ ମନା କରି ଦେଇଥିଲା । କିନ୍ତୁ ଖଡସେଙ୍କ ବଦଳରେ ତାଙ୍କ ଝିଅକୁ ଟିକେଟ ଦିଆଯାଇଥିଲା, ହେଲେ ସେ ନିଜ ପ୍ରତିନ୍ଦ୍ବନ୍ଦୀଙ୍କ ଠାରୁ ହାରି ଯାଇଥିଲେ ।

ତେବେ ନିଜ ରାଜନୈତିକ ଅସ୍ତିତ୍ବ ପାଇଁ ସଂଗ୍ରାମ କରୁଥିବା ଖଡସେ ଆସନ୍ତା 21ରେ ବିଧାନ ପରିଷଦର 9 ଟି ଆସନ ପାଇଁ ନିର୍ବାଚନରେ ​​ଦଳ ତାଙ୍କୁ ସ୍ଥାନ ଦେବ ବୋଲି ସେ ଆଶା କରିଥିଲେ । ଯେଉଁଥିରେ ଏବେ ପୂର୍ଣ୍ଣଛେଦ ପଡିଯାଇଛି । ପ୍ରକାଶ ଥାଉ କି, ଏହି ନିର୍ବାଚନରେ ​​ବିଜେପି 4 ଜଣ ପ୍ରାର୍ଥୀ ଦେଇଛି ।

ଖଡସେଙ୍କ ବ୍ୟତୀତ ପଙ୍କଜା ମୁଣ୍ଡେ, ବିନୋଦ ତାୱଡେ ଏବଂ ଚନ୍ଦ୍ରଶେଖର ବାୱାନକୁଲେଙ୍କ ପରି ବରିଷ୍ଠ ନେତାଙ୍କୁ ବିଜେପି ଟିକେଟ ଦେଇନାହିଁ । ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧୀ ଭାବେ ବିବେଚନା କରାଯାଏ । ସେ କହିଛନ୍ତି ଯେ, ମୋ ଭଳି ଲୋକ ଯେଉଁମାନେ ଦଳକୁ 40 ବର୍ଷ ଦେଇଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟର 4-5 ଜଣ ନେତାଙ୍କ ଏହା ଷଡଯନ୍ତ୍ର । ସେମାନେ କେନ୍ଦ୍ରୀୟ ନେତୃତ୍ୱକୁ ଦ୍ୱନ୍ଦ୍ୱରେ ପକାଉଛନ୍ତି ।

ABOUT THE AUTHOR

...view details