ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ରାଜୀବଗାନ୍ଧୀ ପ୍ରୌଦ୍ୟୋଗୀକି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗାନ୍ଧୀ ଜୟନ୍ତୀ ଅବସରରେ ଫ୍ଯାଶନ ଶୋ ଆୟୋଜିତ ହୋଇଯାଇଛି । ଖଦିର ମହତ୍ତ୍ବ ଲୋକଙ୍କୁ ବୁଝାଇବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନା କରାଯାଇଛି । ଏହି ଫ୍ଯାଶନ ଶୋ ମାଧ୍ୟମରେ 62 ଜଣ ଡିଜାଇନର୍ସ ଖଦିବସ୍ତ୍ରରେ 82ଟି ଡିଜାଇନ କରିଥିଲେ ।
ଗାନ୍ଧୀ ଜୟନ୍ତୀ ଫିଭର: ଖଦି ଡ୍ରେସ ପିନ୍ଧି ରାମ୍ପରେ ଚାଲିଲେ ମଡେଲ - ଖଦୀରେ ପ୍ରସ୍ତୁତ ସମସ୍ତ ଡ୍ରେସ
ମହାତ୍ମାଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଭୋପାଳର ରାଜୀବଗାନ୍ଧୀ ପ୍ରୌଦ୍ୟୋଗୀକି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଖଦିରେ 82ଟି ଡିଜାଇନ ପ୍ରସ୍ତୁତ କରି ଫ୍ୟାଶନ ଶୋ କରିଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଫ୍ଯାଶନ ଶୋର ମୁଖ୍ୟ ଉଦ୍ଦେଶ୍ୟ ଯେ, ଖଦି କେବଳ ପରିଧାନ ନୁହେଁ ଏହା ମଧ୍ୟ ଆମ ସଂସ୍କୃତି ଆଉ ପରମ୍ପରାର ଏକ ଅଙ୍ଗ । ଭୋପାଳର ପୁରୁଣା ବିଧାନସଭା ମିଣ୍ଟୋ ହଲରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମ 'ଅବିକଳ୍ପନ ଟ୍ରାନ୍ସଫର୍ମିଙ୍ଗ ଖଦି' ଅନୁସାରେ କରାଯାଇଛି ।
କଳା ସଂସ୍କୃତି ସହ ଯୋଡି ହୋଇରହିଥିବା ଫ୍ୟାଶନ ଡିଜାଇନର ଅନୁରାଗ ଶ୍ରୀବାତ୍ସବଙ୍କ କହିବାନୁଯାୟୀ, ଖଦିକୁ ଲୋକଙ୍କ ସହ ଯୋଡିବା ପାଇଁ ଏହା ଏକ ଅଭିନବ ପ୍ରୟାସ । ଯାହା ରାଜୀବଗାନ୍ଧୀ ପ୍ରୌଦ୍ୟୋଗୀକି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆୟୋଜନ କରିଛନ୍ତି । ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ଅଟେ ।