ଓଡିଶା

odisha

ETV Bharat / bharat

ମଧୁମେହ ରୋଗୀଙ୍କ ଠାରେ କୋରୋନା ପଜିଟିଭ, 65 ମେଡିକାଲ ଷ୍ଟାଫ୍ କ୍ବାରେଣ୍ଟାଇନରେ - KGMU patient corona positive turned out

ଲକ୍ଷ୍ନୌ ସ୍ଥିତ କିଙ୍ଗ ଜାର୍ଜ ମେଡିକାଲ ୟୁନିଭର୍ସିଟିର ଟ୍ରମା ସେଣ୍ଟରର 65 ମେଡିକାଲ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । କାରଣ ତାଙ୍କ ନିକଟରେ ଚିକିତ୍ସିତ ହେଉଥିବା ଜଣେ ମଧୁମେହ ରୋଗୀଙ୍କର କୋରୋନା ଥିଲା ବୋଲି କେହି ଜାଣିନଥିଲେ । ସୋମବାର ରିପୋର୍ଟ ଆସିବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

65 ମେଡିକାଲ ଷ୍ଟାଫ୍ କ୍ବାରେଣ୍ଟାଇନରେ
65 ମେଡିକାଲ ଷ୍ଟାଫ୍ କ୍ବାରେଣ୍ଟାଇନରେ

By

Published : Apr 14, 2020, 7:30 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ କିଙ୍ଗ ଜାର୍ଜ ମେଡିକାଲ ୟୁନିଭର୍ସିଟିର ଟ୍ରମା ସେଣ୍ଟରର କର୍ମଚାରୀଙ୍କ ଉପରେ କୋରୋନା ସଙ୍କଟ । ଏହି ସମସ୍ତ କର୍ମଚାରୀ ଏଠାରେ ଥିବା ଜଣେ ମଧୁମେହ ରୋଗୀଙ୍କ ଚିକିତ୍ସା କରୁଥିଲେ । ଏହି ରୋଗୀଙ୍କର ନିଶ୍ବାସ ନେବାରେ ଅସୁବିଧା ହେବାରୁ କୋରୋନା ପରୀକ୍ଷଣ ହୋଇଥିଲା । ତେବେ ସୋମବାର ସକାଳେ ରିପୋର୍ଟରେ କୋରୋନା ପଜିଟିଭ ବାହାରିଲା । ଏହାପରେ ସମସ୍ତ କର୍ମଚାରୀ ସ୍ତବ୍ଧ ହୋଇ ରହିଗଲେ ।

ଏକଥା ଜାଣିବା ପରେ 65 ଜଣ ମେଡିକାଲ କର୍ମଚାରୀଙ୍କୁ ଏବେ କ୍ବାରେଣ୍ଟାଇନରେ ରଖାଯାଇଛି । ସୂଚନା ଅନୁସାରେ ଏହି ରୋଗୀଙ୍କୁ କୌଣସି ଏକ ବଡ଼ ଡାକ୍ତର ଉକ୍ତ ମେଡିକାଲର ଠିକଣା ଦେବାକୁ ସେ ଭର୍ତ୍ତି ହୋଇଥିଲେ । ରବିବାର କୋରୋନା ଟେଷ୍ଟ ପାଇଁ ନମୂନା ପଠାଯିବା ପରେ ରିପୋର୍ଟରେ ପଜିଟିଭ ଆସିଲା । ଉକ୍ତ ରୋଗୀ ସମେତ ସମସ୍ତ ମେଡିକାଲ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । କେଜିଏମୟୁର ପ୍ରବକ୍ତା ଡ. ସନ୍ଦୀପ ତିୱାରୀ କହିଛନ୍ତି, ସଂକ୍ରମିତ ରୋଗୀଟିର କଥା ଜାଣିବା ପରେ ସମସ୍ତ ମେଡିକାଲ କର୍ମଚାରୀଙ୍କୁ ଅଲଗା ରଖାଯାଇଛି । ସେପଟେ ମେଡିକାଲକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯାଇଛି ।

@IANS

ABOUT THE AUTHOR

...view details