ଓଡିଶା

odisha

କାଜିରଙ୍ଗାରେ ଡକ୍ୟୁମେଣ୍ଟାରୀ ସୁଟିଂ କଲେ ପିଟରସନ

ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଗଣ୍ଡାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ସୁଟିଂ କରିଛନ୍ତି । ଅଧିକ ପଢନ୍ତୁ...

By

Published : Mar 5, 2020, 9:03 PM IST

Published : Mar 5, 2020, 9:03 PM IST

Kevin Pietersen on Assam visit to shoot documentary on one-horned rhino
କାଜିରଙ୍ଗାରେ ଗଣ୍ଡାଙ୍କ ସହ ଡକ୍ୟୁମେଣ୍ଟାରୀ ସୁଟିଂ କଲେ ପିଟରସନ

ଗୌହାଟୀ: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭନ ପିଟରସନ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପୃଥିବୀ ପ୍ରସିଦ୍ଧ ସିଙ୍ଗା ଗଣ୍ଡାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ସୁଟିଂ କରିଛନ୍ତି । ଏହି ଅବସରରେ ସେ ଅଷ୍ଟ୍ରେଲିଆରୁ ଆସିଥିବା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହ ଆସାମ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପରିମଲ ଶୁକ୍ଳବୈଦ୍ୟଙ୍କୁ ଭେଟିଛନ୍ତି ।

ପିଟରସନ କାଜିରଙ୍ଗା ସହ ମାନସ ଜାତୀୟ ଉଦ୍ୟାନ ଓ ପୋବିତୋରା ବନ୍ୟଜୀବ ଅଭୟାରଣ୍ୟ ପରିଦର୍ଶନ କରିବେ । ସେହିପରି ମାର୍ଚ୍ଚ 11ରେ ଅନୁଷ୍ଠିତ ହେବାକୁ ଥିବା କାଜିରଙ୍ଗା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ କାଜିରଙ୍ଗାରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details