ଓଡିଶା

odisha

ETV Bharat / bharat

ଭୟଙ୍କର ମୃତ୍ୟୁ: କାଚ କବାଟରେ ପିଟି ହେବା ପରେ ଆଖିବୁଜିଲେ ମହିଳା - accident caught on CCTV

ବ୍ୟାଙ୍କକୁ ପ୍ରବେଶ କରିବା ସମୟରେ ଅଚାନକ କାଚ କବାଟରେ ପିଟି ହୋଇ ମହିଳାଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି କେରଳର ଏର୍ନାକୁଲମ ଜିଲ୍ଲାରେ।

ଭୟଙ୍କର ମୃତ୍ୟୁ: କାଚ କବାଟରେ ପିଟି ହେବା ପରେ ଆଖିବୁଝିଲେ ମହିଳା

By

Published : Jun 16, 2020, 2:38 PM IST

ଥିରୁଅନନ୍ତପୁରମ: ଏ କେମିତିକା ମୃତ୍ୟୁ ! ଅଚାନକ ଓ ଅକସ୍ମାତ ହାଜର ହୋଇଗଲା। ଯାହାକୁ ଶୁଣିଲା ପରେ ବିଶ୍ବାସ କରିବା କଷ୍ଟସାଧ୍ୟ ହୋଇପଡୁଛି। କେହି କେବେ ଭାବିବି ନଥିବେ ପ୍ରତିଦିନ ଯିବା ଆସିବା ସମୟରେ କବାଟରେ ପିଟି ହେବା ପରେ ଜଣଙ୍କ ଜୀବନ ବି ଯାଇପାରେ। ଆଜ୍ଞା ହଁ ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେରଳର ଏର୍ନାକୁଲମ ଜିଲ୍ଲାରେ।

ସୂଚନା ଥାଉକି, ମହିଳା ଜଣକ ବ୍ୟାଙ୍କକୁ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ। ଭିତରକୁ ପ୍ରବେଶ କରିବା ସମୟରେ ପିଟି ହୋଇ ଗ୍ଲାସ୍ ଖଣ୍ଡ ତାଙ୍କ ପେଟ ଭିତରେ ରହିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ପେରୁମ୍ବାଭୋରରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଏହି ଘଟଣା ଘଟିଛି। ମୃତ, 46 ବର୍ଷିୟ ବିନା ଜିଜୁ ପାଲ, ପେରୁମ୍ବାଭୋରେ କୋଭାପାଡିର ମୂଳ ବାସିନ୍ଦା ଥିଲେ ।

ଦୁର୍ଘଟଣାର ସମସ୍ତ ଦୃଶ୍ୟ ବ୍ୟାଙ୍କର ସିସିଟିଭିରେ କଏଦ ହୋଇଛି। ଭିଜିଆଲ ଅନୁସାରେ ମହିଳା ଜଣକ ବ୍ୟାଙ୍କ ଭିତରୁ ତରତର ହୋଇ ବାହାରେ ଭୁଲିଯାଇଥିବା ଚାବିକୁ ଆଣିବାକୁ ଯାଉଥିଲେ। ହେଲେ ତାଙ୍କ ଜଣାନଥିଲା ଯେ ଗ୍ଲାସ କବାଟଟି ବନ୍ଦ ରହିଛି। ହଠାତ୍ ସେ ଏଥିରେ ପିଟି ହୋଇଯିବା ପରେ ଗ୍ଲାସ୍ କବାଟ ତୁରନ୍ତ ଖଣ୍ଡ ଖଣ୍ଡ ହୋଇଯିବା ସହ ତାଙ୍କ ପେଟରେ ରହିଯାଇଥିଲା।

ଏହି ଘଟଣାରେ ଚକିତ ହୋଇ ବ୍ୟାଙ୍କରେ ଉପସ୍ଥିତ ଥିବା ଲୋକମାନେ କଣ କରିବେ ଜାଣି ପାରିନଥିଲେ। ପ୍ରାୟ ଚାରି ମିନିଟ୍ ପରେ ବ୍ୟାଙ୍କରେ ଥିବା ଲୋକମାନେ ମହିଳାଙ୍କୁ ଡାକ୍ତରଖାନାକୁ ନେଇଥିବାର ଦେଖାଯାଇଥିଲା। ଏବଂ ଏହା ପରେ ପୋଲିସ ବ୍ୟାଙ୍କରେ ପହଁଞ୍ଚିଥିଲା।

ପୋଲିସର ସୂଚନାନୁସାରେ, ମହିଳା ଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ଘଟିଛି। ଏନେଇ ପୋଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି।

For All Latest Updates

ABOUT THE AUTHOR

...view details