ନୂଆଦିଲ୍ଲୀ: ଟ୍ୟାପରୁ ପାଣି ବାହାରିବା ସ୍ବାଭାବିକ କଥା । ହେଲେ ଅକସ୍ମାତ ପାଣି ଟ୍ୟାପରୁ ମଦ ବାହାରିବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟକର କଥା ।
ଏପରି ଘଟଣା ଦେଖିବାକୁ ମିଳିଛି କେରଳର ତ୍ରିରୁଶର ଜିଲ୍ଲାରେ । ଯେଉଁଠି ଟ୍ୟାପରୁ ପାଣି ବଦଳରେ ବାହାରିଛି ମଦ।ଏହି ଦୃଶ୍ୟ ଦେଖିବା ପରେ ଘଟଣାଟି ପବନ ବେଗରେ ଚାରିଆଡେ ପ୍ରଚାରିତହୋଇଯାଇଥିଲା । ଏହାପରେ ପାଖ ପଡୋଶୀ ମାନେ ନିଜ ନିଜ ଘରର ଟ୍ୟାପ ପରଖିବା ଆରମ୍ଭ କରିଥିଲେ । ସତକୁ ସତ 18ଟି ଘରର ଟ୍ୟାପରୁ ମଦ ବାହାରିଥିଲା ।