କୋଝିକୋଡେ: କେରଳ ସଚିବାଳୟରେ ଅଗ୍ନିକାଣ୍ଡକୁ ନେଇ ଯୁବ କଂଗ୍ରେସ ନେତାଙ୍କ ବିରୋଧ ପ୍ରଦର୍ଶନ ବେଳେ ପୋଲିସର ଲାଠି ଚାର୍ଜ । ବିକ୍ଷାଭକାରୀଙ୍କ ଉପରେ ନିର୍ଦ୍ଦୁମ ମାଡ କରିଛି ପୋଲିସ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିକ୍ଷୋଭକାରୀମାନେ ପୋଲିସ ମୁଖିଆଙ୍କ କାର୍ଯ୍ୟାଳୟ ଆଡକୁ ଯାଉଥିବା ଖବର ପାଇ ଲାଠି ଚାର୍ଜ କରିଥିଲା ପୋଲିସ ।
ପୋଲିସର ଲାଠି ଚାର୍ଜ ସମୟରେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବହୁ ଚର୍ଚ୍ଚିତ ସୁନା ଚୋରା ଚାଲାଣ ମାମଲାରେ ପ୍ରମାଣ ନଷ୍ଟ ପାଇଁ ଏକ ଯୋଜନା ବୋଲି ବିରୋଧୀ ବିଜେପି ସମେତ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସୁନା ଚୋରା ଚାଲାଣ ମାମଲାରେ ସରକାରଙ୍କ ସମ୍ପୃକ୍ତି ଥିବା ନେଇ ସଚିବାଳୟରେ ଜାଣିଶୁଣି ନିଆଁ ଲଗାଯାଇଛି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛି । ଏହି ଘଟଣାରେ ସେମାନେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।