ଓଡିଶା

odisha

ETV Bharat / bharat

ଜୟ ଶ୍ରୀ ରାମ ଅଧିକରୁ ଅଧିକ ଜପ: ଜୈକବ ଥାଁମସ - shri ram shuld be cahnted more

ଦେଶରେ ଯେଉଁ ଭଳି ଅପରାଧ ଚାଲିଛି ଏହାକୁ ନଜରରେ ରଖି ଜୟ ଶ୍ରୀ ରାମକୁ ଅଧିକରୁ ଅଧିକ ଜପିବା ଆବଶ୍ୟକତା ରହିଛି ବୋଲି କେରଳର ନିଲମ୍ବିତ ଡିଜିପି ଜୈକବ ଥାଁମସ କହିଛନ୍ତି ।

ଫାଇଲ ଫଟୋ

By

Published : Aug 3, 2019, 4:21 PM IST

ତୀରୁବନ୍ତପୁରମ୍: ପୁଣି ବିବାଦ ଘେରରେ କେରଳର ନିଲମ୍ବିତ ଡିଜିପି ଜୈକବ ଥାଁମସ । ଦେଶରେ ଯେଉଁ ଭଳି ଅପରାଧ ଚାଲିଛି ଏହାକୁ ନଜରରେ ରଖି ଜୟ ଶ୍ରୀ ରାମକୁ ଅଧିକରୁ ଅଧିକ ଜପିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ମନ୍ତବ୍ୟ ପରଠାରୁ ସେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି ।

ଗତ ଗୁରୁବାର ସେ ରାମାୟଣ ଉତ୍ସବର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ କହିଥିଲେ, ଭଗବାନ ରାମ ସତ୍ୟ, ଧର୍ମ, ନ୍ୟାୟ ଏବଂ ନୈତିକତାର ଅବତାର ଥିଲେ । ଏଥିସହ ସେ କହିଥିଲେ କେରଳର ପଲକ୍କଡ ଜିଲ୍ଲାର ଅଟାପଦୀରେ ଘଟିଥିବା ଆଦିବାସୀ ମଧୁର ବିଡ ହିଂସାରେ ହତ୍ୟା ଏବଂ ଚାବକ୍କଡରେ ଏକ ରାଜନେତାଙ୍କୁ ହତ୍ୟା ଭଳି ଘଟଣାରୁ ଏହା ସଙ୍କେତ ମିଳୁଛି ଯେ ଭଗବାନ ରାମଙ୍କ ବାଣୀର ମୂଲ୍ୟକୁ ବଜାୟ ରଖିବା ଆବଶ୍ୟକତା ରହିଛି ।

ପ୍ରକାଶ ଥାଉକି, ଜୈକବ ଥାଁମସ 2017ରେ ଓକି ବାତ୍ୟାକୁ ନେଇ ସରକାରଙ୍କ ବିରୋଧରେ ଦେଇଥିବା ଏକ ବୟାନକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିଲା ।

ABOUT THE AUTHOR

...view details