ଓଡିଶା

odisha

ETV Bharat / bharat

15ରୁ ସାବରୀମାଳାରେ ମଣ୍ଡଳ ପୂଜା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - 15ରୁ ସାବରୀମାଳାରେ ମଣ୍ଡଳ ପୂଜା ଆରମ୍ଭ

ସାବରୀମାଳାରେ ଆସନ୍ତା 15 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମଣ୍ଡଳ ପୂଜା । ଏହି ପୂଜାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ

By

Published : Nov 13, 2019, 7:41 PM IST

ତିରୁଅନନ୍ତପୁରମ: ସାବରୀମାଳାରେ ଆସନ୍ତା 15 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମଣ୍ଡଳ ପୂଜା । ଏଥିପାଇଁ ସାବରୀମାଳାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ମେଳାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରାୟ 10 ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ମିଳିଥିବା ସୂଚନା ମୁତାବକ ଏହି ମଣ୍ଡଳ ପୂଜା ପାଞ୍ଚଟି ସ୍ତରରେ ମନ୍ଦିରର ଅନୁଷ୍ଠିତ ହେବ । ଏହି ପୂଜା ତିନି ମାସ ପର୍ଯ୍ୟନ୍ତ ମନ୍ଦିରରେ ଆୟୋଜନ କରାଯିବ। ତେବେ ଏହି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଚଳିତ ମାସ 16 ତାରିଖରୁ ଖୋଲାଯିବ ବୋଲି ମନ୍ଦିର ପକ୍ଷରୁ ସୂଚନା ରହିଛି।

ସେପଟେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ 24 ଜଣ ବରିଷ୍ଠ ପୋଲିସ ଅଧିକାରୀ ଏହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ସେହିଭଳି 112 ଜଣ ଡେପୁଟି ଏସପି, 264 ଜଣ ଇନସ୍ପେକ୍ଟର ସ୍ତରର କର୍ମଚାରୀ, 1185 ଜଣ ଉପନୀରିକ୍ଷକଙ୍କ ନିୟୋଜିତ କରାଯିବା ନେଇ ସୂଚନା ମିଳିଛି । ଏହା ବ୍ୟତୀତ 8402 ଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି । ତେବେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ପ୍ରାୟ 307 ଜଣ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।

ଚଳିତ ମାସ ଆରମ୍ଭରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, ସାବରୀମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବା ସହିତ ରାୟ ମଧ୍ୟ ଶୁଣାଇ ସାରିଛନ୍ତି । ଏହା ଉପରେ ଅଧିକ ତର୍ଜମା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ ।

ଉଚ୍ଚତମ ନ୍ୟାୟାଳୟ ଗତବର୍ଷ ସେପ୍ଟେମ୍ବର 28 ତାରିଖରେ ସାବରୀମାଳାରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ଅନୁମତି ପ୍ରଦାନ କରିଥିଲେ । ଯାହାକୁ ନେଇ ସେହି ସମୟରେ ବେଶ ଚର୍ଚ୍ଚା ହୋଇଥିଲା ।

ABOUT THE AUTHOR

...view details