ଓଡିଶା

odisha

ETV Bharat / bharat

ଗର୍ଭବତୀ ହାତୀ ମୃତ୍ୟୁ ଘଟଣାକୁ ନେଇ ମେନକାଙ୍କ ବିବାଦୀୟ ଟ୍ବିଟ, ମାମଲା ରୁଜୁ - ଗର୍ଭବତୀ ହାତୀ ମୃତ୍ୟୁ

ମେ 27ରେ କେରଳର ପଲ୍ଲକଡରେ ଗର୍ଭବତୀ ହାତୀର ମୃତ୍ୟୁ ହୋଇଥିଲା। ହାତୀଙ୍କୁ ଖାଇବା ପାଇଁ ଏକ ବାଣଭର୍ତ୍ତି ସପୁରୀ ଦିଆଯାଇଥିଲେ । ଫଳରେ ହାତୀଟିର ମୃତ୍ୟୁ ଘଟିଥିଲା । ହାତୀ ମୃତ୍ୟୁକୁ ନେଇ ରାଜ୍ୟ ପୋଲିସ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

maneka gandhi
ମେନକା ଗାନ୍ଧୀଙ୍କ ବିବାଦୀୟ ଟ୍ବିଟ

By

Published : Jun 6, 2020, 1:16 PM IST

ଥିରୁଅନନ୍ତପୁରମ୍: ମେ 27ରେ କେରଳର ପଲ୍ଲକଡରେ ଗର୍ଭବତୀ ହାତୀର ମୃତ୍ୟୁ ହୋଇଥିଲା। ହାତୀଙ୍କୁ ଖାଇବା ପାଇଁ ଏକ ବାଣଭର୍ତ୍ତି ସପୁରୀ ଦିଆଯାଇଥିଲା । ଫଳରେ ହାତୀଟିର ମୃତ୍ୟୁ ଘଟିଥିଲା । ହାତୀ ମୃତ୍ୟୁକୁ ନେଇ ରାଜ୍ୟ ପୋଲିସ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ଜଲିଲ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମାଲାପୁରାମ ଜିଲ୍ଲା ପୋଲିସ ମୁଖ୍ୟ ଅବଦୁଲ କରିମ ୟୁ କହିଛନ୍ତି ଯେ ଆଇପିସି ଧାରା 153 ଅନୁଯାୟୀ ମେନକା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ ମେନକା ଗାନ୍ଧୀ ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାଲାପୁରାମବାସୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଛନ୍ତି ।

ଅଧିକାରୀ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି । ସେ କହିଛନ୍ତି ଯେ ମେନକାଙ୍କ ବିରୋଧରେ 6 ଟି ଅଭିଯୋଗ ଆସିଛି । ପ୍ରକାଶଥାଉକି ମେନକା ଟ୍ବିଟ୍ କରି କରିଥିଲେ ଯେ ମାଲାପୁରମ୍ ଏହାର ଅପରାଧ କାର୍ଯ୍ୟକଳାପ ପାଇଁ ବିଶେଷ କରି ପଶୁମାନଙ୍କ ବିରୁଦ୍ଧରେ କୁଖ୍ୟାତ ଅଟେ । ଏହା ପରେ ସେ ଲୋକଙ୍କ ଟାର୍ଗେଟରେ ଆସିଛନ୍ତି ।

ମେନକା କହିଛନ୍ତି ଯେ ଶିକାରୀ କିମ୍ବା ଯେଉଁମାନେ ବନ୍ୟଜନ୍ତୁଙ୍କୁ ହତ୍ୟା କରନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ତେଣୁ ସେମାନେ ଏହା ଜାରି ରଖିଛନ୍ତି। ଏହାପରେ ତାଙ୍କ ପ୍ରତିଷ୍ଠାନ PFA ର ୱେବସାଇଟ୍ ମେନକାଙ୍କ ମନ୍ତବ୍ୟକୁ ନେଇ ‘ଏଥିକଲ୍ ହ୍ୟାକର୍ସ’ ଦ୍ବାରା ହ୍ୟାକ୍ ହୋଇଥିଲା ।

ABOUT THE AUTHOR

...view details