ନୂଆଦିଲ୍ଲୀ: କୋଝିକୋଡ ବିମାନ ଦୁର୍ଘଟଣାରେ 19 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ ଓ ସହ-ପାଇଲଟଙ୍କ ମଧ୍ୟ ଜୀବନ ଯାଇଛି । ଏନେଇ ଭାରତୀୟ ବାଣିଜ୍ୟିକ ପାଇଲଟ ଆସୋସିଏସନ(ICPA) ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ସୁସ୍ଥ କାମନା କରିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ICPA କହିଛି, ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍ IX-1344 ଦୁର୍ଘଟଣାର ଯାଞ୍ଚ ଦିଗରେ ନଜରର ରଖିଛି । ଏଥିସହ ଆମର ସମବେଦନା ପାଇଲଟ ଓ ଗୁରୁତର ଯାତ୍ରୀଙ୍କ ପରିବାରଙ୍କ ପ୍ରତି ରହିଛି । ଆଇସିପିଏ କହିଛି ଯେ, ସମସ୍ତ ଯାତ୍ରୀ ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛୁ।