ଓଡିଶା

odisha

By

Published : Aug 9, 2020, 11:50 AM IST

Updated : Aug 9, 2020, 1:19 PM IST

ETV Bharat / bharat

କେରଳ ବିମାନ ଦୁର୍ଘଟଣା, ଆଜି ଦିଲ୍ଲୀ ଆସିବ ବ୍ଲାକବକ୍ସ

ଆଜି ଦିଲ୍ଲୀ ଆସିବ ବ୍ଲାକ ବକ୍ସ । ତେବେ କେଉଁ କାରଣରୁ ଏପରି ଏକ ଦୁର୍ଘଟଣା ଘଟିଲା, ବିମାନରେ କଣ ଯାନ୍ତ୍ରିକ ତ୍ରୁଟି ଏବଂ ବିମାନର ବେଗ କେତେ ଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ ରବିବାର ବିମାନରେ ଥିବା ବ୍ଲାକ ବକ୍ସକୁ ଡିଜିସିଏ ଲ୍ୟାବକୁ ପରୀକ୍ଷା ପାଇଁ ଅଣାଯିବ ।

kerala plane crash
ଆଜି ଦିଲ୍ଲୀ ଆସିବ ବ୍ଲାକବକ୍ସ

ଥିରୁଅନନ୍ତପୁରମ: ଆଜି ଦିଲ୍ଲୀ ଆସିବ ବ୍ଲାକ ବକ୍ସ । ଶୁକ୍ରବାର କେରଳ କୋଝିକୋଡ ଏୟାରପୋର୍ଟରେ ଏୟାର ଇଣ୍ଡିଆ ବିମାନ ଅବତରଣ ବେଳେ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ 2 କ୍ୟାପଟେନ ସମେତ 18 ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ କେଉଁ କାରଣରୁ ବିମାନରେ କଣ ଯାନ୍ତ୍ରିକ ତ୍ରୁଟି ଏବଂ ବିମାନର ବେଗ କେତେ ଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ ରବିବାର ବିମାନରେ ଥିବା ବ୍ଲାକ ବକ୍ସକୁ ଡିଜିସିଏ ଲ୍ୟାବକୁ ପରୀକ୍ଷା ପାଇଁ ଅଣାଯିବ ।

ପ୍ରକାଶ ଥାଉକି, ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳ କୋଝିକୋଡ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ ପାଇଲଟ ଏବଂ କୋ-ପାଇଲଟଙ୍କ ସମେତ 18 ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଦୁର୍ଘଟଣାକୁ ଟାଳିବା ପାଇଁ 2 ପାଇଲଟ ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇଥିଲେ । ଡିଜିସିଏ ରିପୋର୍ଟ ମୁତାବକ, ପାଇଲଟ 2 ଥର ବିମାନ ଅବତରଣ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ତୃତୀୟ ଥର ଉଦ୍ୟମ କଲାବେଳେ ଏହି ଦୁର୍ଘଟଣା ଘଟିଛି । କ୍ୟାପଟେନ ଅଖିଳେଶ ଓ ଦୀପକ ସାଠେ 2 ଜଣ ଦେଶର ଶ୍ରେଷ୍ଠ ପାଇଲଟ ମଧ୍ୟରେ ଗଣିତ । ଯାହାଙ୍କର ଲମ୍ବା ଅନୁଭବ ଥିଲା । ହେଲେ ଏହି ଦୁଃଖଦ ଦୁର୍ଘଟଣାରେ ଉଭୟେ ଜୀବନ ହରାଇଛନ୍ତି ।

Last Updated : Aug 9, 2020, 1:19 PM IST

ABOUT THE AUTHOR

...view details