ଥିରୁଅନନ୍ତପୁରମ: କେରଳର ଚାବରା ବିଧାନସଭା କ୍ଷେତ୍ରରୁ ସିପିଆଇ (ଏମ) ବିଧାୟକ ଏନ ବିଜୟନ ପିଲ୍ଲାଇଙ୍କର ରବିବାର ଦେହାନ୍ତ ହୋଇଛି । ଦୀର୍ଘ ଦିନରୁ ଯକୃତ ରୋଗରେ ପୀଡିତ ଥିଲେ ସେ । ରବିବାର ସକାଳୁ କୋଚ୍ଚିର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ବୟସ ହୋଇଥିଲା ।
ବରିଷ୍ଠ ଆରଏସପି ନେତା ନାରାୟଣନ ପିଲ୍ଲାଇଙ୍କ ପୁତ୍ର ବିଜୟନ 1979 ରେ ପଞ୍ଚାୟତ ସଦସ୍ୟ ଭାବରେ ନିର୍ବାଚିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଏବଂ 20 ବର୍ଷ ପର୍ଯ୍ୟନ୍ତ ଏହା ଜାରି ରଖିଥିଲେ । 2000 ରେ ସେ ଜିଲ୍ଲା ପଞ୍ଚାୟତର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଆରଏସପିରେ ସାମିଲ ହୋଇଥିଲେ କିନ୍ତୁ ପରେ ଆରଏସପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ତେବେ କଂଗ୍ରେସ ନେତାଙ୍କ ସହ ତାଙ୍କର ମତଭେଦ ହେବାରୁ ସିପିଆଇ (ଏମ)ରେ ଯୋଗଦେଇଥିଲେ ବିଜୟନ ।