ଥିରୁବନନ୍ତପୁରମ:କୋରୋନା କବଳରେ କେରଳ ଶିଳ୍ପମନ୍ତ୍ରୀ ଓ ତାଙ୍କ ସ୍ତ୍ରୀ । ମନ୍ତ୍ରୀ ଇପି ଜୟରଞ୍ଜନ ପ୍ରଥମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ । ପରେ ଅବସ୍ଥା ଖରାପ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।
କୋରୋନା ପଞ୍ଝାରେ କେରଳ ଶିଳ୍ପ ମନ୍ତ୍ରୀ ଓ ପତ୍ନୀ - କୋରୋନା ପଞ୍ଝାରେ କେରଳ ଶିଳ୍ପ ମନ୍ତ୍ରୀ ଓ ପତ୍ନୀ
କୋରୋନା କବଳରେ କେରଳ ଶିଳ୍ପ ମନ୍ତ୍ରୀ ଓ ପତ୍ନୀ । ହୋମ ଆଇସୋଲେସନ ପରେ ମେଡିକାଲରେ ଜାରି ରହିଛି ଚିକିତ୍ସା । ଅଧିକ ପଢନ୍ତୁ....
କୋରୋନା ପଞ୍ଝାରେ କେରଳ ଶିଳ୍ପ ମନ୍ତ୍ରୀ ଓ ପତ୍ନୀ
ସେହିପରି ଗତ ସପ୍ତାହରେ ମଧ୍ୟ ଅର୍ଥମନ୍ତ୍ରୀ ଥୋମାସ ଇସାକ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏକ ବୈଠକରେ ଅର୍ଥମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ ଶିଳ୍ପମନ୍ତ୍ରୀ । ପରେ ସେ କନୁରରେ ହୋମ ଆଇସୋଲେସନରେ ରହିବା ସହିତ କୋରୋନା ପରୀକ୍ଷା ମଧ୍ୟ କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ପିନାରାୟ ବିଜୟନ ସରକାରଙ୍କ ଇପି ଜୟରଞ୍ଜନ ହେଉଛନ୍ତି ଦ୍ବୀତିୟ କ୍ୟାବିନେଟର ଦ୍ବତୀୟ ମନ୍ତ୍ରୀ ଯେ କି କୋରୋନାରେ ସଂକ୍ରମିତ ହୋଇଛନ୍ତି ।
@IANS