ଓଡିଶା

odisha

ETV Bharat / bharat

ଆଇଏଏସ ଅଧିକାରୀଙ୍କ କାର୍‌ ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ - ସାମ୍ବାଦିକ

ଆଇଏଏସ ଅଧିକାରୀଙ୍କ କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅଧିକାରୀ ଜଣକ ନିଶାସକ୍ତ ଅବସ୍ଥାରେ କାର୍‌ ଚଳାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। କେରଳର ଥିରୁଅନନ୍ତପୁରମରେ ଏହି ଘଟଣା ଘଟିଛି ।

ଫାଇଲ ଫଟୋ

By

Published : Aug 3, 2019, 7:57 PM IST

ଥିରୁଅନନ୍ତପୁରମ: କେରଳ ଥିରୁଅନନ୍ତପୁରମରେ ଜଣେ ଆଇଏଏସ ଅଧିକାରୀଙ୍କ କାର୍‌ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଅଧିକାରୀ ଜଣକ ନିଶାସକ୍ତ ଅବସ୍ଥାରେ କାର୍‌ ଚଳାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ମୃତକ ଜଣଙ୍କ ସିରାଜ କେ ମହମ୍ମଦ ବସୀର୍‌ ବୋଲି ଜଣାପଡିଛି । ସେ ଏକ ମାଲୟାଲାମ୍‌ ଦୈନିକ ସମ୍ବାଦପତ୍ରରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ମୁତାବକ, ବସୀର୍‌ ଶନିବାର ଅହରାହ୍ନ ପ୍ରାୟ 1 ଟା 35 ସମୟରେ ଥିରୁଅନନ୍ତପୁରମର ମ୍ୟୁଜିୟମ୍‌ ଜଙ୍କସନ୍‌ ନିକଟରେ ଯାଉଥିବା ବେଳେ ଆଇଏଏସ୍‌ ଅଧିକାରୀ ଶ୍ରୀରାମ ଭେଙ୍କଟରମଣ ବସୀରଙ୍କ ବାଇକକୁ ଧକ୍କା ଦେଇଥିଲେ । ବସୀର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଆହତ ଆଇଏଏସ୍‌ ଅଧିକାରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଦୁର୍ଘଟଣା ପରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଏବଂ ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲା ବସୀରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ABOUT THE AUTHOR

...view details