ଓଡିଶା

odisha

ETV Bharat / bharat

କେରଳ ସୁନା ଚୋରା ଚାଲାଣ ମାମଲା: ଇଡି ହେପାଜତରେ ଏମ. ଶିବଶଙ୍କର

କେରଳ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ.ଶିବଶଙ୍କର ଶିବଶଙ୍କରଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାସହ ଇଡି ତାଙ୍କୁ ହେପାଜତରେ ନେଇଛି । ଅଧିକ ପଢନ୍ତୁ...

ଏମ. ଶିବସଙ୍କର
ଏମ. ଶିବସଙ୍କର

By

Published : Oct 28, 2020, 12:58 PM IST

ଥିରୁଅନନ୍ତପୁରମ୍: କେରଳ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ. ଶିବଶଙ୍କରଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟର ଏକକ ବେଞ୍ଚ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ସୁନା ଚୋରା ଚାଲାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ରୁଜୁ ହୋଇଥିବା ମାମଲାରେ ଜାମିନ ଚାହୁଁଥିଲେ ଶିବସଙ୍କର ।

ଉଭୟ ଅନୁସନ୍ଧାନକାରୀ ଏଜେନ୍ସି ଜାମିନ ଆବେଦନକୁ ଦୃଢ ବିରୋଧ କରିଥିଲେ। ଶିବଶଙ୍କରଙ୍କ ବିରୋଧରେ ଇଡି ପ୍ରମାଣ ଦାଖଲ କରିଥିଲା। ବର୍ତ୍ତମାନ ଇଡି ଶିବଶଙ୍କରଙ୍କୁ ହେପାଜତରେ ନେଇଛି । ଥିରୁଅନନ୍ତପୁରମର ଏକ ଆୟୁର୍ବେଦ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା, ସେହିସମୟରେ ଇଡି ତାଙ୍କୁ ହେପାଜତରେ ନେଇଛି ।

ସୁନା ଚୋରା ଚାଲାଣରେ ଶିବଶଙ୍କର ସମ୍ପୃକ୍ତ ଥିବା ଇଡି ଦାବି କରି ଆସିଛି। ସେପଟେ କଷ୍ଟମ୍ସ ଯୁକ୍ତି କରିଥିଲା ଯେ, ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ। ଶିବଶଙ୍କର କୋର୍ଟଙ୍କୁ କହିଥିଲେ ଯେ ସେ ମନି ଲଣ୍ଡରିଂରେ ସାହାଯ୍ୟ କରିନାହାଁନ୍ତି ଏବଂ ସେ ତଦନ୍ତରେ ସହଯୋଗ କରୁଛନ୍ତି। ତେବେ ଉଭୟ ଅନୁସନ୍ଧାନକାରୀ ଏଜେନ୍ସି କୋର୍ଟଙ୍କୁ କହିଛନ୍ତି ଯେ ଶିବଶଙ୍କର ଏହି ଘଟଣାରେ ସହଯୋଗ କରୁନାହାଁନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details