ଓଡିଶା

odisha

ETV Bharat / bharat

ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ ବ୍ୟାନ - କେରଳ ହାଇକୋର୍ଟ ଲଗାଇଲେ କଟକଣା

କେରଳ ହାଇକୋର୍ଟ ବୁଧବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ କୌଣସି ପ୍ରକାର ବିକ୍ଷୋଭ, ଆନ୍ଦୋଳନ କିମ୍ବା ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହି ମାମଲାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ବାରା ଦାଏର କରାଯାଇଥିବା 25 ଗୋଟି ଯାଚିକା ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 26, 2020, 7:13 PM IST

କୋଚି: କେରଳ ହାଇକୋର୍ଟ ବୁଧବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ କୌଣସି ପ୍ରକାର ବିକ୍ଷୋଭ, ଆନ୍ଦୋଳନ କିମ୍ବା ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ଏହି ମାମଲାରେ ରାଜ୍ୟର ବିଭିନ୍ନ ଶୈଷିକ ସଂସ୍ଥା ଦ୍ବାରା ଦାଏର କରାଯାଇଥିବା 25 ଗୋଟି ଯାଚିକା ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପରିସରରେ ବିକ୍ଷୋଭ ଉପରେ କଟକଣା ଲଗାଇଛନ୍ତି କୋର୍ଟ ।

ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ଘଟଣାରୁ ନେଇ ବିକ୍ଷୋଭ ପ୍ରଦର୍ଶନ ଫଳରେ ଛାତ୍ରଛାତ୍ରୀଙ୍କ କାର୍ଯ୍ୟଦିବସ ବାଧାପ୍ରାପ୍ତ ହେଉଛି । ଏହାସହ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ମୌଳିକ ଅଧିକାର । ଏଥିରେ କୌଣସି ପ୍ରକାର ବାଧାସୃଷ୍ଟି କରିବାରେ ଅଧିକାର ଦଣ୍ଡନୀୟ ।

ଶିକ୍ଷାନୁଷ୍ଠାନରେ ପ୍ରଦର୍ଶନ ଓ ଆନ୍ଦୋଳନ ମାମଲାରୁ ଶୁଣାଣି କରିବା ସମୟର କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯେକୌଣସି ପ୍ରକାର ସମସ୍ୟା ପାଇଁ ଆପୋଷ ଆଲୋଚନାରେ ସମାଧାନ ରାସ୍ତା ବାହାର କରିବା ଆବଶ୍ୟକ । ସମସ୍ୟା ସମାଧାନ ଆଳରେ ବିକ୍ଷୋଭ ପ୍ରଦର୍ଶନକୁ ବରଦାସ୍ତ କରାଯିବ ନାହିଁ ।

କୋର୍ଟ କହିଛନ୍ତି ଯେ, ବିକ୍ଷୋଭ ପ୍ରଦର୍ଶନ ଉପରେ ଜାରି କରାଯାଇଥିବା କଟକଣାରେ ବାଧାସୃଷ୍ଟି ଓ ନିୟମ ଉଲଘଂନକାରୀଙ୍କ ବିରୋଧରେ ଶିକ୍ଷାନୁଷ୍ଠାନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ତୁରନ୍ତ ଅବଗତ କରାଇବେ ।

ABOUT THE AUTHOR

...view details