ଥିରୁଅନନ୍ତପୁରମ: କୋରୋନା କବଜାରେ କେରଳ । ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ପ୍ରଥମେ କେରଳରେ ହିଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଉଚିତ ସଚେତନତା ଓ ସତର୍କତା ଅବଲମ୍ବନ କରି ରାଜ୍ୟରେ କୋରୋନାକୁ ଆୟତ୍ତକୁ ଆଣିଥିଲେ ସରକାର । କିନ୍ତୁ ଏବେ ଦିଲ୍ଲୀର ନିଜାମୁଦ୍ଦିନରେ ଅନୁଷ୍ଠିତ ବୈଠକ ପରଠାରୁ ଖାଲି କେରଳରେ ନୁହେଁ ସମଗ୍ର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ପ୍ରବାସୀ ମାଲାୟାଲୀ ସମ୍ପ୍ରଦାୟଙ୍କ ପାଇଁ ସ୍ଥାପନ ହେଲା 5ଟି କୋଭିଡ ହେଲ୍ପ-ଡେସ୍କ - 5 COVID help-desks
ପ୍ରବାସୀ ମାଲାୟଲୀ ସମ୍ପ୍ରଦାୟଙ୍କ ପାଇଁ ଜାରି ହେଲା କୋଭିଡ ହେଲ୍ପ-ଡେସ୍କ । ଅନଲାଇନ ମେଡିକାଲ ସେବାଗୁଡିକ ଅଣ-ବାସିନ୍ଦାଙ୍କ ପାଇଁ ନୋର୍କା ରୁଟ୍ସ ୱେବସାଇଟ୍ ମାଧ୍ୟମରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ପ୍ରବାସୀ ମାଲାୟଲୀ ସମ୍ପ୍ରଦାୟଙ୍କ ପାଇଁ ସ୍ଥାପନ ହେଲା 5ଟି କୋଭିଡ ହେଲ୍ପ-ଡେସ୍କ
ଯାହାକୁ ନେଇ କେରଳ ସରକାର ପ୍ରବାସୀ ମାଲାୟଲୀ ସମ୍ପ୍ରଦାୟଙ୍କ ପାଇଁ 5ଟି କୋଭିଡ ହେଲ୍ପ-ଡେସ୍କ ସ୍ଥାପନା କରିଛନ୍ତି । ନୋର୍କା ରୁଟସ ଓ୍ବେବସାଇଟ ମାଧ୍ୟମରେ ଅଣବାସିନ୍ଦା ମାନଙ୍କ ପାଇଁ ମେଡିକାଲ ସୁବିଧା ଉପଲବ୍ଧ କରାଯିବ । ବିଭିନ୍ନ ସ୍ପେଲାଲିଷ୍ଟ ଡାକ୍ତରଙ୍କ ସେବାଗୁଡିକ ଦ୍ବିପହର 2ଟା ସମୟରୁ ସଧ୍ୟା 6ଟା ଯାଏଁ ଉପଲବ୍ଧ କରାଯିବ ।