ଥିରୁଅନନ୍ତପୁରମ: ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଚରମବାଣୀ ଶୁଣାଇଛନ୍ତି କେରଳ ସରକାର । ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିବା ମହିଳାଙ୍କୁ ଆମେ ଅଟକାଇବୁ ନାହିଁ, କିନ୍ତୁ ସେମାନଙ୍କୁ କୌଣସି ପ୍ରକାର ସୁରକ୍ଷା ପ୍ରଦାନ କରିବାର ଯୋଜନା ମଧ୍ୟ କରିନାହୁଁ ବୋଲି ସରକାର କହିଛନ୍ତି ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ କାଣ୍ଡାକମ୍ପାଲୀ ସୁରେନ୍ଦ୍ରନ କହିଛନ୍ତି, ମନ୍ଦିରରେ ପ୍ରବେଶ କରିବାକୁ ଥିବା କୌଣସି ମହିଳାକୁ ପ୍ରଦେଶ ସରକାର ସୁରକ୍ଷା ପ୍ରଦାନ କରିବେ ନାହିଁ । ତୃପ୍ତି ଦେଶାଇ ଭଳି ସାମାଜିକ କାର୍ଯ୍ୟକର୍ତ୍ତା ସାବରୀମାଳା ମନ୍ଦିରକୁ ନିଜ ଶକ୍ତି ପ୍ରଦର୍ଶନର ମାଧ୍ୟମ ନଭାବିବାକୁ ଅନୁରୋଧ । ଯଦି ସେମାନଙ୍କୁ ପୋଲିସ ସହାୟତାର ଆବଶ୍ୟକତା ରହିଛି ତାହେଲେ ସେମାନଙ୍କୁ ସୁପ୍ରିମକୋର୍ଟରୁ ଅନୁମତି ଆଣିବାକୁ ହେବ ।