ଥିରୁଅନନ୍ତପୁରମ: କେରଳ ସରକାର ସ୍କୁଲ ଓ କଲେଜରେ ସମ୍ବିଧାନ ମୁଖବନ୍ଧ ପଢାଇବାକୁ ବିଚାର କରୁଛନ୍ତି । କେରଳ ସରକାର ଏହି ମାମଲାରେ ଜରୁରୀ ପଦକ୍ଷେପ ଉଠାଇବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସୂଚନା ଦେଇଛନ୍ତି । ବିଜୟନ କହିଛନ୍ତି ଯେ ସମ୍ବିଧାନ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମାଜିକ ସଚେତନତା ପାଇଁ ସ୍କୁଲ ଓ କଲେଜରେ ସମ୍ବିଧାନ ମୁଖବନ୍ଧ ପଢାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ।
କେରଳର ସ୍କୁଲ-କଲେଜରେ ପଢାଯାଇପାରେ ସମ୍ବିଧାନ ମୁଖବନ୍ଧ - ସ୍କୁଲରେ ସମ୍ବିଧାନ ମୁଖବନ୍ଧ
କେରଳର ସ୍କୁଲ-କଲେଜରେ ପଢାଯାଇପାରେ ସମ୍ବିଧାନ ମୁଖବନ୍ଧ ପଢାଇବା ପ୍ରସ୍ତାବକୁ ନେଇ ଚାଲିଛି ବିଜୟନ ସରକାରଙ୍କ ଯୋଜନା । ସମ୍ବିଧାନ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମାଜିକ ସଚେତନତା ପାଇଁ ସ୍କୁଲ ଓ କଲେଜରେ ସମ୍ବିଧାନ ମୁଖବନ୍ଧ ପଢାଇବାକୁ ବିଚାର କରୁଥିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସୂଚନା । ଅଧିକ ପଢନ୍ତୁ...

କେରଳର ସ୍କୁଲ-କଲେଜରେ ପଢାଯାଇପାରେ ସମ୍ବିଧାନ ମୁଖବନ୍ଧ
କଲେଜ ୟୁନିୟନ ନେତାଙ୍କ ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିଜୟନ କାଲୀକଟରେ ଛାତ୍ର ନେତା କନକ୍ଲେଭକୁ ବିଜୟନ ସମ୍ବୋଧିତ କରିବା ସମୟରେ ଏହା କହିଛନ୍ତି । ଏହି କନକ୍ଲେଭରେ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇଛି । କଲେଜ ୟୁନିୟନ ଇଲେକ୍ସନରେ ମହିଳା ପ୍ରତିନିଧିଙ୍କ ପାଇଁ 50 ପ୍ରତିଶତ ରିଜର୍ଭେସନ, ସେକ୍ସ ଏଜୁକେସନକୁ ପାଠ୍ୟସୂଚୀର ଅଂଶ କରିବା, କ୍ୟାମ୍ପସ ପଲିଟିକ୍ସକୁ ନେଇ ଆଇନ ଗଠନ ଆଦି ଏହି ଘୋଷଣାରେ ସାମିଲ ରହିଛି ।