ଓଡିଶା

odisha

ETV Bharat / bharat

ଏପ୍ରିଲ ପହିଲାକୁ କଳା ଦିବସ ଭାବେ ପାଳିବେ କେରଳ ଡାକ୍ତର ସଙ୍ଘ - kerala government medical officers

ଆସନ୍ତାକାଲି କଳାଦିବସ ପାଳନ କରିବେ କେରଳ ଡାକ୍ତର ସଙ୍ଘ। ରାଜ୍ୟର ଏହି ବିଷମ ପରିସ୍ଥିତିରେ କେରଳ ସରକାରଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେବେ ସମସ୍ତ ଡାକ୍ତର। ଅଧିକ ଖବର ପଢନ୍ତୁ...

black day on april 1
ଏପ୍ରିଲ ପହିଲାକୁ କଳା ଦିବସ ପାଳିବେ କେରଳ ଡାକ୍ତର ସଙ୍ଘ

By

Published : Mar 31, 2020, 7:30 PM IST

ଥିରୁଅନନ୍ତପୁରମ: ଦେଶର ସର୍ବାଧିକ କୋରୋନ ଆକ୍ରାନ୍ତ ସଂଖ୍ୟା କେରଳରୁ ସାମ୍ନାକୁ ଆସିଛି। ଏହି ଘଡିସନ୍ଧି ମୁହୁର୍ତ୍ତରେ କେରଳ ଡାକ୍ତର ସଙ୍ଘ ଆସନ୍ତାକାଲି ବା ବୁଧବାର ଦିନିକିଆ କଳାଦିବସ ପାଳନ କରିବ। ରାଜ୍ୟର ଏହି ବିଷମ ପରିସ୍ଥିତିରେ ମଦ ବିକ୍ରୟକୁ ନେଇ ସରକାରଙ୍କ ଅଜବ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟବ୍ୟାପୀ ଡାକ୍ତର ସଙ୍ଘ ବୁଧବାର କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେବେ।

ତେବେ ବର୍ତ୍ତମାନ ସମୟରେ କୋରୋନାର ପ୍ରମୁଖ ଯୋଦ୍ଧା ଭାବେ ଡାକ୍ତର ଓ ନର୍ସ ଆକ୍ରାନ୍ତଙ୍କ ସେବା କରୁଥିବା ବେଳେ ଡାକ୍ତର ସଙ୍ଘର ଏହି ନିଷ୍ପତ୍ତି ଚିନ୍ତା ଓ ଉଦବେଗର ବିଷୟ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରର ଗାଇଡଲାଇନ ମୁତାବକ ଯେଉଁମାନେ ମଧୁମେହ ଓ କୀଡନି ରୋଗରେ ପୀଡିତ ଅଛନ୍ତି ଓ ମଦ୍ୟପାନ କରୁଛନ୍ତି ସେମାନେ ଅତି ସହଜରେ କୋରୋନାରେ ଆକ୍ରାନ୍ତ ହୋଇପାରନ୍ତି।

ତେଣୁ ଏହି ସମୟରେ ମଦ ବିକ୍ରୟ ଉପରେ ରୋକ ଲାଗିଥିବା ବେଳେ କେରଳ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଡାକ୍ତର ସଙ୍ଘ ଦାବି କରିଛି। ସୂଚନା ଥାଉକି, କେରଳରେ ଏବେ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 212 ଥିବା ବେଳେ ମୃତକଙ୍କ ସଂଖ୍ୟା 3ରେ ପହଞ୍ଚିଛି।

ABOUT THE AUTHOR

...view details