ଥିରୁଅନନ୍ତପୁରମ୍: ଭିଡିଓ କନଫରେନ୍ସିଂ ମାଧ୍ୟମରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଥମ ପ୍ରତୀକ୍ଷିତ ସାମୁଦ୍ରିକ ଆମ୍ବୁଲାନ୍ସ ‘ପ୍ରତୀକ୍ଷା’କୁ ଉଦଘାଟନ କରିଛନ୍ତି। ପୂର୍ବରୁ 'ପ୍ରତ୍ୟାଶା' ଓ 'କରୁଣ୍ୟା' ଅନ୍ୟ ଦୁଇଟି ସାମୁଦ୍ରିକ ଆମ୍ବୁଲାନ୍ସ ଅଗଷ୍ଟ 27ରେ କୋଚିନ୍ ସିପିୟାର୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଥିଲା । ଅଲଟ୍ରା-ଆଧୁନିକ ସୁବିଧା ଥିବା ତିନୋଟି ସାମୁଦ୍ରିକ ଆମ୍ବୁଲାନ୍ସକୁ କେରଳ ସରକାର ମୋଟ 18.24 କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରିଛନ୍ତି ।
ଫ୍ଲୋଟ୍ ଆଉଟ୍ ସମାରୋହରେ କେରଳର ମତ୍ସ୍ୟ ମନ୍ତ୍ରୀ ଜେ. ମର୍କିକ୍ୟୁଟି ଆମ୍ମା ଓ ମତ୍ସ୍ୟ ବିଭାଗର ସଚିବ ଟିଙ୍କୁ ବିଶ୍ବାଲ ଅଂଶଗ୍ରହଣ କରିଥିଲେ । ପ୍ରତୀକ୍ଷା, ପ୍ରତ୍ୟାଶା ଏବଂ କରୁଣ୍ୟା ସେବା ଯଥାକ୍ରମେ ଥିରୁଅନନ୍ତପୁରମ୍, ଏର୍ନାକୁଲମ୍ ଏବଂ କୋଜିକୋଡେ ଉପକୂଳବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହେବ । ଏହାପୂର୍ବରୁ ସାମୁଦ୍ରିକ ଓକଚି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା । ଏହା ପରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସାମୁଦ୍ରିକ ଆମ୍ବୁଲାନ୍ସକୁ ସୁଗମ କରିବାରେ ରାଜ୍ୟ ସରକାର ଏକ ବିଶେଷ ଆଗ୍ରହ ଦେଖାଇଥିଲେ ଓ ତିନୋଟି ଆଧୁନିକ ସାମୁଦ୍ରିକ ଆମ୍ବୁଲାନ୍ସ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ।