ଥିରୁଅନନ୍ତପୁରମ: କୋରୋନା କବଳରୁ ମୁକ୍ତି ପାଇଁ ସାରା ବିଶ୍ବରେ ଜୋରସୋରରେ ଚାଲିଛି ସଚେତନତା ବାର୍ତ୍ତାର ପ୍ରଚାର ଓ ପ୍ରସାର । ଏମିତିରେ କେରଳ ସରକାର ନେଇଛନ୍ତି ନିଆରା ପଦକ୍ଷେପ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିବା ସହ ଲଞ୍ଚ କରିଛନ୍ତି ନୂଆ ଆପ୍ ‘ଜିଓକେ ଡାଇରେକ୍ଟ’ ।
ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଫେସବୁକ ପେଜରେ ଏହି ଆପ ଡାଉନଲୋଡ କରିବାର ଲିଙ୍କ ଦିଆଯିବା ସହ ଏହାର ବ୍ୟବହାର ସମ୍ପର୍କରେ ସମ୍ୟକ ସୂଚନା ଦିଆଯାଇଛି । କୋରୋନାକୁ ନେଇ ରାଜ୍ୟ ତଥା ବିଶ୍ବରେ ଆତଙ୍କ ଖେଳିଥିବା ବେଳେ ଏହି ଆପ୍ ପ୍ରଚଳିତ ଆତଙ୍କରେ ପୂର୍ଣ୍ଣଛେଦ ପକାଇବ । ତେବେ ଏହି ଆପ୍ରେ କୋରୋନାର ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ସବିଶେଷ ତଥ୍ୟ ରହିଛି ।