ଓଡିଶା

odisha

ETV Bharat / bharat

କେରଳରେ ବନ୍ୟାର କରାଳ ଦୃଶ୍ୟ, ପ୍ରଭାବିତ ଲୋକଙ୍କୁ ଟ୍ରାକ୍ଟର ଓ ଲୋରିରେ ସ୍ଥାନାନ୍ତର - low-lying-areas-of-kuttanad-taluk

ଧାରାବାହିକ ବର୍ଷାରୁ ବିରତି ପାଉନି କେରଳ। ବର୍ଷା ହେବା ସହ ଜଳସ୍ତର ବଢିବାରେ ଲାଗିଛି। ଯାହାଫଳରେ ଦୀର୍ଘ କିଛି ସପ୍ତାହ ହେବ ବନ୍ୟା ଜଳରେ ଘାଣ୍ଟି ହେଉଛି ସାରା ରାଜ୍ୟ। ଏପଟେ ଇଡୁକି ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 43 କୁ ବୃଦ୍ଧି ପାଇ 6 ମାସର ଶିଶୁ ସମେତ 17 ଟି ମୃତଦେହ ଉଦ୍ଧାର କରାଯାଇଛି ।

କେରଳରେ ବନ୍ୟାର କରାଳ ଦୃଶ୍ୟ, ପ୍ରଭାବିତ ଲୋକଙ୍କୁ ଟ୍ରାକ୍ଟର ଓ ଲୋରିରେ ସ୍ଥାନାନ୍ତର
କେରଳରେ ବନ୍ୟାର କରାଳ ଦୃଶ୍ୟ, ପ୍ରଭାବିତ ଲୋକଙ୍କୁ ଟ୍ରାକ୍ଟର ଓ ଲୋରିରେ ସ୍ଥାନାନ୍ତର

By

Published : Aug 10, 2020, 6:54 AM IST

ଥିରୁଅନନ୍ତପୁରମ: କେରଳରେ ଏବେ ବି ବନ୍ୟା ପରିସ୍ଥିତି ଜାରି ରହିଛି। ନିମ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଆଲାପୁଜାସ୍ଥିତ କୁଟନାଡ ତାଲୁକ ଜଳମଗ୍ନ ହୋଇ ରହିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ 30 ରୁ ଅଧିକ ରିଲିଫ୍ କ୍ୟାମ୍ପ ସ୍ଥାପନ କରିଛି ଯେଉଁଠାରେ ପ୍ରଭାବିତ ଲୋକଙ୍କୁ ଲୋରି ଏବଂ ଟ୍ରାକ୍ଟରରେ ସ୍ଥାନାନ୍ତର କରାଯାଉଛି ବୋଲି ରବିବାର ଜଣେ ଅଧିକାରୀ କହିଛନ୍ତି। ଗତ କିଛି ସପ୍ତାହ ଧରି କେରଳରେ ଲଗାତାର ବର୍ଷା ହେଉଥିବାରୁ କାସାରାଗୋଡ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟାୟ ସମ୍ମୁଖୀନ ହେଉଛି। ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଉଛି।

ଶନିବାର ଦିନ ନିମ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ପୋଲିସ, ଅଗ୍ନିଶମ ବିଭାଗ, ରାଜସ୍ୱ ବିଭାଗ, ପୌରସଂସ୍ଥା ଏବଂ ସ୍ଥାନୀୟ ଲୋକ ଏଥିରେ ହସ୍ତକ୍ଷେପ କରି ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ବୋଲି ଜିଲ୍ଲାପାଳ ସାଜିଥ୍ ବାବୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ୍ 19 ପ୍ରୋଟୋକଲ ଅନୁଯାୟୀ କ୍ୟାମ୍ପ ଖୋଲାଯାଇଛି।

"ଆସନ୍ତା ତିନି ଦିନ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ଆମେ ସମସ୍ତ ବିଭାଗକୁ ରିଲିଫ୍ କାର୍ଯ୍ୟରେ ନିୟୋଜିତ କରିବାକୁ ଅନୁରୋଧ କରୁଛୁ। ଗଛଗୁଡିକ ଉପୁଡ଼ିଯାଉଥିବାରୁ ଲୋକମାନେ ରାସ୍ତାରେ ଅନାବଶ୍ୟକ ଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି। ଇଡୁକି ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 43 କୁ ବୃଦ୍ଧି ପାଇ 6 ମାସର ଶିଶୁ ସମେତ 17 ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି।

ଦୁଇଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ଦଳ, ଇଡୁକି ଅଗ୍ନି ଏବଂ ଉଦ୍ଧାରକାରୀ ଦଳର ଏକ ପୂର୍ଣ୍ଣ ୟୁନିଟ୍, କୋଟାୟାମ, ଥିରୁବନନ୍ତପୁରମର ପ୍ରତ୍ୟେକ ଦଳ ଏବଂ ସ୍ବତନ୍ତ୍ର ତାଲିମ ଗ୍ରହଣ କରିଥିବା ଏକ ଦଳ ଇଡୁକିର ରାଜାମାଲାରେ ଉଦ୍ଧାର କାର୍ଯ୍ୟକୁ ଆଗେଇ ନେଉଛନ୍ତି।

ABOUT THE AUTHOR

...view details