ଥିରୁଅନନ୍ତପୁରମ: କେରଳର ପାଲକ୍କଡ ଜିଲ୍ଲାରେ ଗର୍ଭିଣୀ ହାତୀ ମୃତ୍ୟୁ ମାମଲାରେ ମତ ରଖିଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ହାତୀଟି ଭୁଲବଶତଃ ବାଣ ଭର୍ତ୍ତି ଫଳ ଖାଇଥାଇପାରେ ବୋଲି ସେ କହିଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଗର୍ଭିଣୀ ହାତୀଟି ବାଣ ଭର୍ତ୍ତି ହୋଇଥିବା ସପୁରୀ ଖାଇବା ଦ୍ବାରା ତାର ମୃତ୍ୟୁ ଘଟିଥିଲା । କିନ୍ତୁ ପରେ ହାତୀର ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ନଡ଼ିଆ ବୋଲି ଜଣାପଡିଥିଲା । ସେ ଅତି କମରେ ଦୁଇ ସପ୍ତାହ ପୂର୍ବରୁ ଆହତ ହୋଇଥିବା କୁହାଯାଇଛି ।
‘ଭୁଲବଶତଃ ବାଣଭର୍ତ୍ତି ଫଳ ଖାଇଥାଇପାରେ ଗର୍ଭିଣୀ ହାତୀ’ - ଭୁଲବଶତଃ ବାଣଭର୍ତ୍ତି ନଡିଆ ଖାଇଥିଲା ଗର୍ଭିଣୀ ହାତୀ
ଭୁଲବଶତଃ ବାଣଭର୍ତ୍ତି ନଡିଆ ଖାଇଥାଇପାରେ ମୃତ ଗର୍ଭିଣୀ ହାତୀ । କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଏହା କହିଛନ୍ତି । ଅଧିକ ପଢନ୍ତୁ...
ଭୁଲବଶତଃ ବାଣଭର୍ତ୍ତି ନଡିଆ ଖାଇଥିଲା ଗର୍ଭିଣୀ ହାତୀ
ମନ୍ତ୍ରଣାଳୟ କେରଳ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି । ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମନ୍ତ୍ରଣାଳୟ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ।
ମନ୍ତ୍ରଣାଳୟ ଟ୍ବିଟ କରି କହିଛି, ହାତୀ ମୃତ୍ୟୁ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଏଥିରେ ସଂପୃକ୍ତ ଅନ୍ୟ ମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି । ଏପଟେ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଗୁଜବ ଏବଂ ମିଥ୍ୟା ଖବର ଲୋକଙ୍କୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି ।
TAGGED:
kerala