ଓଡିଶା

odisha

ETV Bharat / bharat

ହାତୀ ହତ୍ୟା ଘଟଣା: କେରଳ କଂଗ୍ରେସ ନେତାଙ୍କ ଟାର୍ଗେଟରେ ମେନକା ଗାନ୍ଧୀ

ଗର୍ଭବତୀ ହାତୀ ହତ୍ୟା ଘଟଣାରେ ମାଲ୍ଲାପୁରମ୍ ଜିଲ୍ଲା ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀ ମେନକା ଗାନ୍ଧୀଙ୍କୁ କେରଳ ବିରୋଧୀ ଦଳର ନେତା ରମେଶ ଚେନ୍ନାଇଥାଲା ଗୁରୁବାର ଚାର୍ଗେଟ କରିଥିବା ବେଳେ ତାଙ୍କ ଠାରୁ କ୍ଷମା ଦାବି କରିଛନ୍ତି ।

elephant cracker issue
କେରଳ କଂଗ୍ରେସ ନେତାଙ୍କ ଟାର୍ଗେଟରେ ମେନକା ଗାନ୍ଧୀ

By

Published : Jun 5, 2020, 12:00 PM IST

ଥିରୁଅନନ୍ତପୁରମ: କେରଳ ବିରୋଧୀ ପାର୍ଟି ନେତାଙ୍କ ଟାର୍ଗେଟରେ ମେନକା ଗାନ୍ଧୀ । ଗର୍ଭବତୀ ହାତୀ ହତ୍ୟା ଘଟଣାରେ ମାଲ୍ଲାପୁରମ୍ ଜିଲ୍ଲା ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀ ମେନକା ଗାନ୍ଧୀଙ୍କୁ କେରଳ ବିରୋଧୀ ଦଳର ନେତା ରମେଶ ଚେନ୍ନାଇଥାଲା ଗୁରୁବାର ଚାର୍ଗେଟ କରିଥିବା ବେଳେ ତାଙ୍କ ଠାରୁ କ୍ଷମା ଦାବି କରିଛନ୍ତି ।

କଂଗ୍ରେସ ନେତା ଚିଠିରେ ଲେଖିଛନ୍ତି, ତୁମର ଦାୟିତ୍ୱହୀନ ମନ୍ତବ୍ୟ ଏକ ଜିଲ୍ଲା ଏବଂ ଜିଲ୍ଲାର ଲୋକମାନଙ୍କୁ ଦୁର୍ବ୍ୟବହାର କରିଛି । ଜିଲ୍ଲାକୁ ଅପରାଧର କେନ୍ଦ୍ର ବୋଲି ଦର୍ଶାଇଥିବା ମନ୍ତବ୍ୟ ପାଇଁ ତୁମେ ଆମକୁ କ୍ଷମା ମାଗିବାକୁ ପଡିବ ବୋଲି କଂଗ୍ରେସ ନେତା ଚିଠିରେ ଲେଖିଛନ୍ତି । ଏଥିସହ ସେ ବିଜେପିକୁ ଟାର୍ଗେଟ କରି ଏହି ପ୍ରସଙ୍ଗକୁ ରାଜନୀତିକରଣ କରିଥିବା ଅଭିଯୋଗ କରି କହିଛନ୍ତି ।

ପ୍ରକାଶ ଥାଉକି, ଗତ ମେ 27ରେ କେରଳର ମାଲ୍ଲାପୁରମ ଜିଲ୍ଲାରେ ଏକ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ । ଯେଉଁଥିରେ ହାତୀଟିର ଶୋଚନୀୟ ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details