ଓଡିଶା

odisha

ETV Bharat / bharat

ବାତ୍ୟା ‘ବୁରେଭି’ ଭୟ, କେରଳର 5 ଜିଲ୍ଲାରେ ଛୁଟି ଘୋଷଣା - ବାତ୍ୟା ‘ବୁରେଭୀ’

ମାଡି ଆସୁଛି ବାତ୍ୟା ‘ବୁରେଭି’ । ଆଜି କେରଳର 5 ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ବାତ୍ୟା ‘ବୁରେଭୀ’ ଭୟ
ବାତ୍ୟା ‘ବୁରେଭୀ’ ଭୟ

By

Published : Dec 4, 2020, 9:33 AM IST

ଥିରୁବନନ୍ତପୁରମ୍‌: ବାତ୍ୟା ‘ବୁରେଭି’ ପାଇଁ ଆଜି କେରଳର 5 ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । ରାଜ୍ୟ ସରକାର ବାତ୍ୟା ପାଇଁ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି 5 ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । ବୁରେଭୀ ସ୍ଥଳ ଭାଗ ଛୁଇଁବା ସମୟରେ ଅତ୍ୟଧିକ ବର୍ଷା ହେବାର ଆଶଙ୍କା ଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ, ଆଜି କେରଳରେ ବାତ୍ୟା ବୁରେଭି ସ୍ଥଳଭାଗ ଛୁଇଁବ । ଯାହାକୁ ନେଇ ରେଡ୍‌ ଆଲର୍ଟ ଜାରି କରାଯାଇଛି । ସେହିପରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ପାଇଁ ଦକ୍ଷଣି ତାମିଲାନାଡୁ ଓ ଦକ୍ଷିଣ କେରଳରେ ଆଲର୍ଟ ଜାରି ହୋଇଛି ।

କେରଳ ସରକାରଙ୍କ ପକ୍ଷରୁ ଥିରୁବନନ୍ତପୁରମ୍‌, କୋଲାମ, ପାଥାନାମଥିତା, ଅଲାପୁଝା ଓ ଇଦୁକୀ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି । 2000 ରୁ ଅଧିକ ରିଲିଫ୍‌ କ୍ୟାମ୍ପ କରାଯାଇଛି । ସେହିପରି ଥିରୁବନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦର ଆଜି ସକାଳ 10ଟାରୁ ସନ୍ଧ୍ୟା 6ଟା ଯାଏ ବନ୍ଦ ରହିବ ବୋଲି କୁହାଯାଇଛି । ବାତ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ଥିବାବେଳେ ଏନଡିଆରଏଫ ଟିମ୍‌ ମୁତୟନ ରହିଛନ୍ତି ।

ସକାଳ 5.30 ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ରାମନାଥପୁରମ୍‌ ଜିଲ୍ଲାରୁ 40 କିମି ଓ ପାମ୍ପନ ଜିଲ୍ଲାରୁ ଦକ୍ଷିଣ ପଶ୍ଚିମରେ 70 କିମି ଦୂରରେ ରହିଛି ବାତ୍ୟା ‘ବୁରେଭି’ । ଏହି ସମୟରେ ପବନର ବେଗ 55ରୁ 65 କିମି ଥିବାବେଳେ କିଛି ସ୍ଥାନରେ 75 କିମିରେ ପବନ ବୋହୁଛି ।

ABOUT THE AUTHOR

...view details