ଓଡିଶା

odisha

ETV Bharat / bharat

ପ୍ରି-ୱେଡିଂ ଫଟୋସୁଟ୍‌ରେ ସିଏଏ ଓ ଏନଆରସିକୁ ନବଦମ୍ପତିଙ୍କ ବିରୋଧ - ସିଏଏ ଓ ଏନଆରସି ନିଆଁରେ ଜଳୁଛି ସାରା ଦେଶ

ସିଏଏ ଓ ଏନଆରସି ନିଆଁରେ ଜଳୁଛି ସାରା ଦେଶ। ଏହିକ୍ରମରେ କେରଳ ଥିରୁଅନନ୍ତପୁରମର ଜଣେ ଦମ୍ପତି ନିଜ ପ୍ରି-ୱେଡିଂ ଫଟୋସୁଟ୍‌ରେ ସିଏଏ ଓ ଏନଆରସିକୁ ବିରୋଧ କରି ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Kerala couple is opposing CAA and NRC with unique pre-wedding photoshoot
ପ୍ରି-ୱେଡିଙ୍ଗ୍‌ ଫଟୋସୁଟ୍‌ରେ CAA ଓ NRCକୁ ଦମ୍ପତିଙ୍କ ବିରୋଧ

By

Published : Dec 22, 2019, 7:06 PM IST

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକା(ଏନଆରସି)କୁ ନେଇ ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । ଏହି ଆଇନକୁ ନେଇ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି। ଏହା ମଧ୍ୟରେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ନେଇ, ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା। ଏହି ଫଟୋଟି ହେଉଛି ଜଣେ ଦମ୍ପତିଙ୍କ ପ୍ରି-ୱେଡିଂ ଫଟୋସୁଟ୍‌ର। ଏହି ଫଟୋସୁଟ୍‌ରେ ଭିନ୍ନ ଅନ୍ଦାଜରେ ସିଏଏ ଏବଂ ଏନଆରସିକୁ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ପ୍ରି-ୱେଡିଙ୍ଗ୍‌ ଫଟୋସୁଟ୍‌ରେ CAA ଓ NRCକୁ ଦମ୍ପତିଙ୍କ ବିରୋଧ

କେରଳର ଥିରୁଅନନ୍ତପୁରମରେ ଜଣେ ଦମ୍ପତି ନିଜ ପ୍ରି-ୱେଡିଂ ଫଟୋସୁଟ୍‌ରେ ସିଏଏ ଏବଂ ଏନଆରସିକୁ ବିରୋଧ କରିଛନ୍ତି। ଦମ୍ପତି ଅରୁଣ ଗୋପୀ ଏବଂ ଆଶା ଶେଖର ଫଟୋସୁଟ ସମୟରେ ଏକ ପ୍ଲାକାର୍ଡ ଧରିଥିବାର ନଜର ଆସିଛନ୍ତି। ଉକ୍ତ ପ୍ଲାକାର୍ଡରେ 'ନୋ ସିଏଏ' ଏବଂ 'ନୋ ଏନଆରସି' ଲେଖାହୋଇଛି।

ପ୍ରି-ୱେଡିଙ୍ଗ୍‌ ଫଟୋସୁଟ୍‌ରେ CAA ଓ NRCକୁ ଦମ୍ପତିଙ୍କ ବିରୋଧ

ଅରୁଣ ଓ ଆଶାଙ୍କ ବିବାହ 31 ଜାନୁଆରୀ 2020ରେ ହେବ। ଉଭୟଙ୍କ ଏହି ପ୍ରି-ୱେଡିଂ ଫଟୋସୁଟ୍‌ର କିଛି ଫଟୋ ଫାଷ୍ଟ ଲୁକ୍ ଫଟୋଗ୍ରାଫି ନାମକ ଏକ ଫେଜ୍‌ ଫେସବୁକରେ ସେୟାର କରିଥିଲା । ଏହା ସହ ଫଟୋ କ୍ୟାପସନରେ ଲେଖା ହୋଇଛି, 'ଆମେ ଏକାଠି ଅଛୁ ,ଏଥିପାଇଁ ସାରା ଦେଶକୁ ମଧ୍ୟ ଏକାଠି ରହିବାକୁ ପଡିବ'। ସୋସିଆଲ ମିଡିଆରେ ଭାଇରାଲ ଏହି ଫଟୋସୁଟ୍‌କୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି । କିଛି ଲୋକଙ୍କୁ ଫଟୋସୁଟର ଏହି ଅନ୍ଦାଜକୁ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ ନାପସନ୍ଦ କରି ଉଭୟଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ ଦେଇଛନ୍ତି।

ପ୍ରି-ୱେଡିଙ୍ଗ୍‌ ଫଟୋସୁଟ୍‌ରେ CAA ଓ NRCକୁ ଦମ୍ପତିଙ୍କ ବିରୋଧ

ନାଗରିକତ୍ବ ସଂଶୋଧନ ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ଥାନ,ବାଂଲାଦେଶ ଏବଂ ଏହାର ଆଖପାଖ ଦେଶରୁ ଧର୍ମୀୟ ଉତ୍ପୀଡନ ଶିକାର ହୋଇ ଭାରତକୁ ପଳାଇ ଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ୍, ଶିଖ୍‌, ପାର୍ସୀ, ଜୈନ ଏବଂ ବୌଦ୍ଧ ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତା ଦିଆଯିବ। ହେଲେ ଏହି ଆଇନକୁ ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି।

ABOUT THE AUTHOR

...view details