ଓଡିଶା

odisha

ETV Bharat / bharat

କୋଭିଡ ରାଣୀ କହି କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଅଧ୍ୟକ୍ଷଙ୍କ ପରିହାସ - kerala congress chief mocks state health minister

ଗଲ୍ଫ ଦେଶରୁ ରାଜ୍ୟକୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ ମୁକ୍ତ ପ୍ରମାଣପତ୍ର ବାଧ୍ୟତାମୂଳକ ନେଇ କେରଳ ସରକାରଙ୍କ ନିଷ୍ପତ୍ତି ଉପରେ କେରଳର କଂଗ୍ରେସ ସଭାପତି ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜାଙ୍କୁ ପରିହାସ କରିଛନ୍ତି । ସେ କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀ ଜୀବନ ବଞ୍ଚାଇବାକୁ ଆଗ୍ରହୀ ନୁହଁନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କେବଳ ରେକର୍ଡ ଏବଂ ପ୍ରଶଂସା ଶୁଣିବା ଉଦ୍ଦେଶ୍ୟରେ ରହିଛନ୍ତି । ଏଥିସହ ରାମଚନ୍ଦ୍ରନ ତାଙ୍କୁ 'କୋଭିଡ ରାଣୀ' ବୋଲି କହି ଥଟ୍ଟା କରିଛନ୍ତି । ଅଧିକ ପଢନ୍ତୁ...

kerala congress chief mocks state health minister kk shailaja calls her covid rani
କୋଭିଡ ରାଣୀ କହି କେରଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଅଧ୍ୟକ୍ଷଙ୍କ ପରିହାସ

By

Published : Jun 20, 2020, 8:01 AM IST

ଥିରୁଅନନ୍ତପୁରମ: ଗଲ୍ଫ ଦେଶରୁ ରାଜ୍ୟକୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ ମୁକ୍ତ ପ୍ରମାଣପତ୍ର ବାଧ୍ୟତାମୂଳକ । କେରଳ ସରକାରଙ୍କ ଏହି ନିଷ୍ପତ୍ତି ଉପରେ କେରଳର କଂଗ୍ରେସ ସଭାପତି ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜାଙ୍କୁ ପରିହାସ କରିଛନ୍ତି । ସେ କହିଛନ୍ତି ଯେ, ସ୍ବାସ୍ଥ୍ୟମନ୍ତ୍ରୀ ଜୀବନ ବଞ୍ଚାଇବାକୁ ଆଗ୍ରହୀ ନୁହଁନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କେବଳ ରେକର୍ଡ ଏବଂ ପ୍ରଶଂସା ଶୁଣିବା ଉଦ୍ଦେଶ୍ୟରେ ରହିଛନ୍ତି । ଏଥିସହ ରାମଚନ୍ଦ୍ରନ ତାଙ୍କୁ 'କୋଭିଡ ରାଣୀ' ବୋଲି କହି ଥଟ୍ଟା କରିଛନ୍ତି ।

ସେହିପରି ବିରୋଧୀ ଦଳର ନେତା ରମେଶ ଚେନ୍ନିଥାଲା କହିଛନ୍ତି ଯେ କେ କେ ଶୈଲଜା ବର୍ତ୍ତମାନ 'କୋଭିଡ ରାଣୀ' ଆଖ୍ୟା ପାଇବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ସେ 'ନିପା ରାଜକୁମାରୀ' ଆଖ୍ୟା ପାଇଁ ଲଢୁଥିଲେ । ସେ ସ୍ଥାନୀୟ ଲୋକଙ୍କ ନିକଟରେ 2018 ରେ ଘଟିଥିବା ନିପାହ ଭାଇରସ କଥା କହୁଥିଲେ । ଏହି ପ୍ରଭାବଶାଳୀ ଭାଇରସ ଲୋକଙ୍କୁ ଗ୍ରାସ କରିଥିବା ବେଳେ ଏହାକୁ ଖୁବଶୀଘ୍ର ନିୟନ୍ତ୍ରିତ କରାଯାଇଥିଲା ।

ସେ କହିଛନ୍ତି, ଗତ ତିନି ମାସ ମଧ୍ୟରେ କୋଭିଡ -19ରେ ଗଲ୍ଫ ଦେଶରେ 200ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆମ ଲୋକମାନେ ସ୍ବଦେଶ ଫେରି ଆସିବାକୁ ଆଗ୍ରହୀ ଅଛନ୍ତି । କିନ୍ତୁ ସରକାର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ନିଜ ଭାବମୂର୍ତ୍ତିକୁ ନେଇ ଭୟଭୀତ ଅଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ରେକର୍ଡ ଏବଂ ପ୍ରଶଂସା ପଛରେ ଦୌଡୁଥିବା ବେଳେ କେରଳରେ ବସବାସ କରୁଥିବା ଗରିବ ପ୍ରବାସୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ତେବେ ରାମଚନ୍ଦ୍ରନ କୋରୋନା ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ତେବେ ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ଅନେକ ଲୋକ ସମାଲୋଚନା କରିଛନ୍ତି ଏବଂ ତାଙ୍କ ଭାଷଣକୁ ନାରୀ ବିରୋଧୀ ତଥା ଅସଂସଦୀୟ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଜ୍ୟକୁ ଫେରୁଥିବା ସମସ୍ତ ବିଦେଶୀ ଯାତ୍ରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ କେରଳ ସରକାର । ଏଥିରେ ଫେରୁଥିବା ପ୍ରବାସୀଙ୍କ ପାଖରେ କୋରୋନା ମୁକ୍ତ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ କହିଥିଲେ । ହେଲେ କେରଳ ସରକାରଙ୍କ ନିଷ୍ପତ୍ତିକୁ କେନ୍ଦ୍ର ଅବ୍ୟବହାରିକ କହିଥିଲା ।

For All Latest Updates

TAGGED:

ABOUT THE AUTHOR

...view details