ଥିରୁଅନନ୍ତପୁରମ: ନେପାଳ ରିସର୍ଟରେ 8 ଜଣ କେରଳୀ ପର୍ଯ୍ୟଟକଙ୍କ ମୃତ୍ୟ ଘଟଣାର ଯାଞ୍ଚ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ । ଏ ଘଟଣାର ତଦନ୍ତ କରିବା ପାଇଁ ନେପାଳ ସରକାରଙ୍କୁ କହିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହ ନେପାଳ ସରକାର ମୃତକଙ୍କ ପରିବାରକୁ ସହାୟତା ଅର୍ଥ ଦେବା ଉଚିତ ବୋଲି ସେ କହିଛନ୍ତି ।
ରିସର୍ଟ ମୃ୍ତ୍ୟୁ ଘଟଣା: ଯାଞ୍ଚ ପାଇଁ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି - ନେପାଳ ରିସର୍ଟ ମୃ୍ତ୍ୟୁ ଘଟଣା
ନେପାଳ ରିସର୍ଟରେ 8 ଜଣ କେରଳୀ ପର୍ଯ୍ୟଟକଙ୍କ ମୃତ୍ୟ ଘଟଣାର ଯାଞ୍ଚ ପାଇଁ ବୈଦେଶୁକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ । ଅଧିକ ପଢନ୍ତୁ...

ନେପାଳ ରିସର୍ଟ ମୃ୍ତ୍ୟୁ ଘଟଣା: ଯାଞ୍ଚ ପାଇଁ ଜୟଶଙ୍କରଙ୍କୁ ଚିଠି ଲେଖିଲେ ବିଜୟନ
ନେପାଳକୁ ଭ୍ରମଣରେ ଯାଇଥିବା 17 କେରଳୀ ପର୍ଯ୍ୟଟକଙ୍କ ମଧ୍ୟରୁ ଗୋଟିଏ ରିସର୍ଟରେ ଥିବା 8 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ 8 ଜଣ ଡାମନର ଏକ ରିସର୍ଟରେ ରହିଥିଲେ । ଗ୍ୟାସ ଲିକ ହେବା କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଅଣନିଃଶ୍ବାସୀ ହୋଇ ଯାଇଥିବାରୁ କେରଳୀ ପର୍ଯ୍ୟଟକ ପ୍ରାଣ ହରାଇଥିବା ନେଇ ସନ୍ଦେହ କରାଯାଉଛି ।